Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ  

Manini Pattanayak
Browse all articles by Manini Pattanayak
·2 years ago
  ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ  

ଯାଜପୁର: ଶାଶୂ ଘରେ ବୋହୂ କୁ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତରେ ଘଟିଛି ଏଭଳି ଅଘଟଣ । ରୁବିନା ରାଉତଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲାର ଗୁଣ୍ଠଳ ଗ୍ରାମର ହୋଇଥିବା ବେଳେ ସେ ଏକ ବର୍ଷ ହେବ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୌରାଙ୍ଗ ରାଉତଙ୍କୁ ବିବାହ କରିଥିଲେ । ଗତକାଲି ରାତି ସମୟରେ ରୁବିନା ନିଜ ଶାଶୂଘରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରିଥିଲେ।

ତେବେ ରୁବିନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋଟିଏ ପଟେ ରୁବିନାଙ୍କ ଶାଶୂର ଲୋକେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ରୁବିନାଙ୍କ ମା ଓ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଯୌତୁକ ନିର୍ଯାତନା ଦେବା ସହିତ ରୁବିନାକୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।  ସାଇଁଟିଫିକ ଟିମ ସାହାଯ୍ୟରେ ଅଧିକ ତଦନ୍ତ ଜାରି ରଖିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The family brought charges of murder | Argus News