ଲକ୍ଷ୍ମୀ ମାଝୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ପରିବାର

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଆରେ ନ୍ୟାୟଭିକ୍ଷା । ରାୟଗଡା ଚନ୍ଦ୍ରପୁର ମେଡିକାଲ ପରିସରରେ ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ମାଝୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ତାଙ୍କ ପରିବାର। ଏନେଇ ଲକ୍ଷ୍ମୀଙ୍କ ବାପା ରାୟଗଡାରୁ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଲକ୍ଷ୍ମୀମାଝୀଙ୍କୁ ନ୍ୟାୟ ଓ ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ ଦାବି କରିଛନ୍ତି ।
21.12.2023ରେ ଚନ୍ଦ୍ରପୁର ମେଡିକାଲ ପରିସରରେ ଦୁଷ୍କର୍ମ କରି ହତ୍ୟା ପରେ ଲକ୍ଷ୍ମୀ ମାଝୀଙ୍କ ମୃତ ଦେହକୁ ଅଳିଆ ଗଦା କୁ ଫୋଫାଡି ଦେଇଥିଲେ ଅଭିଯୁକ୍ତ । ଘଟଣା କୁ 7ମାସ ବିତିଯାଇଥିଲେ ବି ପୋଲିସ ହାତ ଖାଲି । କାହିଁକି ଲକ୍ଷ୍ମୀ ମାଝୀଙ୍କୁ ମିଳୁନି ନ୍ୟାୟ ? ଗୋଟିଏ ଏନଜିଓ ସଂସ୍ଥାର ନିର୍ଦେଶକଙ୍କ ନାଁରେ ପରିବାର ଲୋକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ମୃତ ଲକ୍ଷ୍ମୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: