Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡହଡହ ଖରାରେ ରାସ୍ତା ଅବରୋଧ କରି ପ୍ରତିବାଦ କଲେ ପରିବାର ଲୋକେ

Jitendra Dash
Browse all articles by Jitendra Dash
·2 years ago·1 min read
ଡହଡହ ଖରାରେ ରାସ୍ତା ଅବରୋଧ କରି ପ୍ରତିବାଦ କଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ଟ୍ରାକ୍ଟର ଚାପି ନାବାଳକର ମୃତ୍ୟୁ ଘଟଣାରେ ତିନିଘଣ୍ଟା ଧରି ରାସ୍ତା ଉପରେ ଶବ ରଖି ନ୍ୟାୟ ଦାବିରେ ଅଡି ବସିଛନ୍ତି ପରିବାର ଲୋକେ । ଡହ ଡହ ଖରାରେ ରାସ୍ତା ଉପରେ ମୃତ୍ୟୁକ ଙ୍କ ପରିବାର ଶବ ଧରି ରାସ୍ତା ଅବରୋଧ କରିଛନ୍ତି । ଅଭିଯୋଗ ମୁତାବକ, କମର୍ଦ୍ଦା ଥାନା ଅନ୍ତର୍ଗତ ଦୁବସାହି ଗ୍ରାମର ନରେଶ ଚନ୍ଦ୍ର ପାତ୍ରଙ୍କ ପୁଅ ସପନ ପାତ୍ରଙ୍କ ଟ୍ରାକ୍ଟରରେ ଚାଳକ ଭାବେ ସେହି ଗ୍ରାମର ଦିଲ୍ଲୀପ ଦାସଙ୍କ ପୁଅ ସୋନୁ ଦାସ ଡ୍ରାଇଭର ଭାବେ କାମ କରନ୍ତି । ରବିବାର ଅପରାହ୍ନରେ ସୋନୁ ସେହି ଟ୍ରାକ୍ଟରରେ ବାଲି ବୋଝେଇ କରି ପଶ୍ଚିମବଙ୍ଗ ସାହାଡ଼ା ଗ୍ରାମକୁ ନେଇଥିଲା ବେଳେ ପ୍ରିୟବାଗ ଗ୍ରାମର ନାବାଳକ ବିନୋଦକୁ ଖଲାସୀ ଭାବେ ଡାକି ନେଇଥିଲା । 

ଅନଳିଆ-ସାହାଡ଼ା ରାସ୍ତାରେ ଯାଉଥିବା ସମୟରେ ପଶ୍ଚିମବଙ୍ଗ ରାଜ୍ୟ ଏଗ୍ରା ଥାନା ଅନ୍ତର୍ଗତ ସାହାଡ଼ା ଗ୍ରାମ ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇଥିଲା । ସେହି ସମୟରେ ଚାଳକ ସୋନୁ ପାଖରେ ବସିଥିବା ବିନୋଦ ତଳକୁ ଖସି ପଡ଼ି ମଝି ଚକାରେ ଚାପି ହଇଥିଲେ । ଚାଳକ ସୋନୁ ଟ୍ରାକ୍ଟର ନେଇ ଦୃତଗତିରେ ପଶ୍ଚିମବଙ୍ଗକୁ ପଳାଇଯାଇଥିଲା । ବିନୋଦକୁ ଚେତାଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକେ ଟ୍ରାକ୍ଟର ମାଲିକଙ୍କ ଘର ସାମ୍ନା ରାସ୍ତାରେ ଶବ ଧରି ରାସ୍ତା ଅବରୋଧ କରିଛନ୍ତି ତିନିଘଣ୍ଟା ବିତିଗଲେ ମଧ୍ୟ ଘଟଣା ସ୍ଥଳେ ପୋଲିସ ପହଂଚି ନାହଁ ଯାହା ଫଳରେ ରାସ୍ତାର ଦୁଇ କଡ଼ରେ ଶହ ଶହ ଗାଡି ଅଟକି ଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଚାପ ଉତ୍ତେଜନା ଦେଖିବାକୁ ମିଳିଛି l
 

Sponsored
The family protested by placing the body on the road | Argus News