Videos
|
Odisha

ଆଜିଠୁ ଆରମ୍ଭ ପ୍ରସିଦ୍ଧ କନିକା ରାଜ ମେଲଣ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜିଠୁ ଆରମ୍ଭ ପ୍ରସିଦ୍ଧ କନିକା ରାଜ ମେଲଣ

କେନ୍ଦ୍ରାପଡା : ଦୀର୍ଘ ୬୦୦ ବର୍ଷର ପରମ୍ପରାକୁ ବହନ କରୁଥିବା କେନ୍ଦ୍ରାପଡ଼ାର କନିକା ରାଜ ମେଳଣ ଆଜିଠୁ ଆରମ୍ଭ ହୋଇଛି ।ଆଜିଠୁ ଆରମ୍ଭ କେନ୍ଦ୍ରାପଡ଼ାର ପ୍ରସିଦ୍ଧ କନିକା ରାଜ ମେଳଣ ।ରାଧାକୃଷ୍ଣଙ୍କର ବିଗ୍ରହକୁ ବିଭାନରେ ବସାଇ କାନ୍ଧୁଆ ମାନେ ମେଳଣ ସ୍ଥଳକୁ ଆଣି ଭୋଗ ଲାଗି କରିବାର ରହିଛି ପରମ୍ପରା। ଆଜି ପ୍ରଥମ ଦିନରେ ଆରମ୍ଭ ହୋଇଛି କାଳିକାପୁର ମେଲଣ।ପାଞ୍ଚ ଦିନ ଧରି ମେଲଣ ଚାଲିବାକୁ ଥିବା ବେଳେ ଶେଷ ଦିନରେ  କନିକା ରାଜବାଟି ମେଲଣ ଅନୁଷ୍ଠିତ ହେବ।

ଅଧିକ ପଢନ୍ତୁ : ପୁରାଣରୁ କେମିତି ପାଳନ କରାଯାଏ ହୋଲି ,ଜାଣନ୍ତୁ ହୋଲି ସମ୍ବନ୍ଧୀୟ ତଥ୍ୟ

କନିକା ଐତିହ୍ୟ ପରମ୍ପରାକୁ ବହନ କରୁଥିବା ଏହି ମେଲଣରେ ସାମିଲ ହୁଅନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ । ପରମ୍ପରା ଅନୁଯାୟୀ କନିକା ରାଜା ମେଲଣ ସ୍ଥଳକୁ ଆସି ପ୍ରତ୍ୟେକ ବିଭାନ ପାଖରେ ଠାକୁରଙ୍କୁ ଭୋଗଲାଗି କରିଥାନ୍ତି। ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏକତ୍ରିତ ହେଉଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ସହାୟତାରେ ରାଜକନିକା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The famous Kanika Raj Melan begins today | Argus News