Videos
|
Odisha

ଦୁର୍ଗମରେ ଜମିଛି ବାଲିଯାତ୍ରର ଧୁମ୍

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦୁର୍ଗମରେ ଜମିଛି ବାଲିଯାତ୍ରର ଧୁମ୍

ଅର୍ଗସ ବ୍ୟୁରୋ:  ଆଶା, ବିଶ୍ବାସର ପ୍ରତୀକ ଅଗ୍ନି ଭୈରବ । ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଅଗ୍ନି ଭୈରବଙ୍କ ଝାମି ଯାତ୍ରା...ଦୁର୍ଗମରେ ଜମିଛି ବାଲିଯାତ୍ରର ଧୁମ୍...ଆଧୁନିକତାର ଚାକଚକ୍ୟରେ ବଦଳି ନାହିଁ ଆଦିବାସୀଙ୍କ ସଂସ୍କୃତି ପରମ୍ପରା। ହଜାରେ ବର୍ଷ ପୁରୁଣା ରୀତିନୀତି ଓ ପରମ୍ପରା ଆଜିବି ବଞ୍ଚାଇ ରଖିଛନ୍ତି  ଆଦିବାସୀ ଜନଜାତି ।  ଆଦିବାସୀଙ୍କ ବାଲିଯାତ୍ରା ହେଉଛି ଏହାର ଉଦାହରଣ। କୃଷି ଭିତ୍ତିକ ପର୍ବ ବାଲିଯାତ୍ରାରେ ବିଭିନ୍ନତା ମଧ୍ୟରେ ଏକତାର ନିଆରା ଦୃଶ୍ୟ ଦେଖିବାକୁ ମିଳେ । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ପାଳିତ ହୋଇଯାଇଛି ବାଲିଯାତ୍ରା ଉତ୍ସବ। ନଅ ଦିନ ଧରି ଚାଲିଥିବା ବାଲିଯାତ୍ରାରେ ଲୋକଙ୍କ ବିଶ୍ବାସ ଦେଖିବାକୁ ମିଳିଛି।

ଭୈରବ ଦେବଙ୍କ ଝାମୁଯାତ୍ରା ପାଇଁ ଥୁଆମୂଳ ରାମପୁର ଉତ୍ସବ ମୁଖର। ଯତ୍ରାର ପ୍ରଥମ ଦିନରେ ଗାଁର ପୁଝାରୀ ଗ୍ରାମ ଦେବାଦେବୀଙ୍କୁ ଆବାହନ କରିବା ପରେ ଗାଁ ଶେଷ ମୁଣ୍ଡରେ ବାଲିଘର ସ୍ଥାପିତ କରି ଦୀର୍ଘ ନଅ ଦିନ ଧରି ପୂଜାର୍ଚନା କରାଯାଇଥାଏ । ଗ୍ରାମ ଦେବାଦେବୀଙ୍କ କାଳିସୀ ଓ ଲାଠି ଏକତ୍ରିତ ହୋଇ ମା ଠାକୁରାଣୀଙ୍କ ପୀଠକୁ ଯିବାପରେ ପୂଜାପାଠ କରାଯାଏ । ପରମ୍ପରା ଅନୁସାରେ ପ୍ରଥମ ଦିନ ଶୁଭ ଉଦଘାଟନ କରାଯାଏ। ପର୍ଯ୍ୟାୟ କ୍ରମେ ସମସ୍ତ ଦେବଦେବୀଙ୍କୁ ଆବାହନ ପରେ ପରମ୍ପରା ଅନୁଯାୟୀ ସମ୍ପନ୍ନ ହୁଏ ଏହି ଯାତ୍ରା।  ବିଶ୍ବାସ ରହିଛି ଗ୍ରାମଦେବୀ ସନ୍ତୁଷ୍ଟ ହେଲେ ଭଲ ଫସଲ ଅମଳ ହେବା ସହ ଗ୍ରାମବାସୀ ସୁସ୍ଥ ରହିବେ।

ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଯାତ୍ରାର ମୁଖ୍ୟ ଆକର୍ଷଣ ରହିଥିଲେ ଝାମୁଯାତ୍ରା। ରଡ ନିଆଁରେ କାଳିସୀଙ୍କ ଚାଲିବା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଅଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରାର ଏକ ଅଲୌକିକ ଆକର୍ଷଣ ଯୋଗୁଁ ଏଠାକୁ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।  ଭିଡକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The famous of bali yatra in durga | Argus News Odia