Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ

Ritu Das
Browse all articles by Ritu Das
·2 years ago·2 min read
ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ

ଅର୍ଗସ ବ୍ୟୁରୋ: ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା। ଋଣ ଭାର ସହି ନ ପାରି ପାଟଣାରେ ଆତ୍ମହତ୍ୟା କଲେ ଚାଷୀ । ବିଜେଡି ଶାସନରେ ବଢୁଛି ଚାଷୀ ଆତ୍ମହତ୍ୟା ଘଟଣା। ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ପଦାରେ ପଡଛି ରାଜ୍ୟ ସରକାରଙ୍କ କୃଷକ ନୀତି। ଋଣଭାର ସହି ନପାରି ଆତ୍ମହତ୍ୟା କରିଛନ୍ତି ଚାଷୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଧାନବେଣୀ ଗ୍ରାମରେ। ଗ୍ରାମର ରାମ ମୁଣ୍ଡା ନାମକ ଜଣେ ଚାଷୀ ଋଣ ଭାର ସହି ନପାରି କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। 

ରାଜ୍ୟ ସରକାରଙ୍କ କୋଅପରଟେଭି ସଂସ୍ଥାରୁ ଋଣ ନପାଇ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀରୁ ଋଣ କରି ପନିପରିବା ଚାଷ କରିଥିଲେ। ଜଳସେଚନ ନ ଥିବା ଓ ପାଣି ଅଭାବ ଯୋଗୁ ନଷ୍ଟ ହୋଇଗଲା ଚାଷ।‌ ଋଣ ଶୁଝିବାକୁ ତାଗିଦ୍ କଲେ ଫାଇନାନ୍ସ କର୍ମଚାରୀ। ଏଭଳି ସ୍ଥିତିରେ ଋଣ ଶୁଝି ନପାରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଇ କୀଟନାଶକ ଖାଇଲେ ରାମ ।   

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ମୃତ ଚାଷୀଙ୍କ ପରିବାର ନିକଟରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ନେତୃତ୍ବରେ ଏକ ପ୍ରତନିଧି ଦଳ ପହଞ୍ଚି ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ସମାଲୋଚନା କରିଛନ୍ତି।‌ ଏହା ସହ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ଭାଗିରଥି ସିଂହ, ପାଟଣା ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ, ବିଜେପି ରାଜ୍ୟ ଉପସଭାପତି ତଥା ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ମମିତା ନାଏକ ପ୍ରମୁଖ ସାମିଲ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The farmer committed | Argus News