ଋଣ ଶୁଝି ନ ପାରି ଜୀବନ ହାରିଲେ ଚାଷୀ
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁର ଜମନକିରା ବ୍ଲକ କତରକେଲା ଗାଁରେ ଜୀବନ ହାରିଲେ ଚାଷୀ । ହାତୀ ଫସଲ ନଷ୍ଟ କରିବା ପରେ ଗତକାଲି ବିଷ ପିଇ ଦେଇଥିଲେ ଚାଷୀ ବୀରବଲ ଦାସ । ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କତରକେଲା ଗାଁରେ ଗୋଟେ ଏକର ଜମିରେ ଧାନ ଚାଷ କରିଥିଲେ ବୀରବଲ୍ଲ ଦାସ ।
ହାତୀ ଫସଲ ନଷ୍ଟ କରିବାରୁ ଋଣ ଶୁଝିବା ଚିନ୍ତାରେ ବିଷ ପିଇଥିଲେ ବୀରବଲ । ଏହି ଅଞ୍ଚଳରେ ୨ ମାସ ହେବ ହାତୀପଲ ଉପଦ୍ରବ କରୁଥିବାବେଳେ ହାତୀ ଘଉଡ଼ାଇବାରେ ଫେଲ ମାରିଛି ବନ ବିଭାଗ। ସେପଟେ ବାରମ୍ବାର ଅଞ୍ଚଳବାସୀଙ୍କ ଘର ଓ ଫସଲକୁ ହାତୀପଲ କ୍ଷତି କରୁଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: