Videos
|
Odisha

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା

Ritu Das
Browse all articles by Ritu Das
·2 years ago
ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବମୁଆଁ ଗାଁରେ ଚାଷ ଜମିରେ ଚାଷୀଙ୍କୁ ଦଳିଦେଲା ଦନ୍ତା। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଚାଷୀ ଜଣଙ୍କ ବାରୁଆଁ ପଞ୍ଚାୟତ ଅନ୍ତର୍ଗତ ବମୁଆଁ ଗାଁର ପଞ୍ଚୁଆ ଭୋଇ। 

ପଞ୍ଚୁଆ ଗାଁ ପାଖ ଅଘିରାଗୋଡ଼ା ସ୍ଥିତ ଚାଷ ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଦନ୍ତା ସହିତ ମୁହାଁ ମୁହିଁ ହୋଇଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ଚାଷୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି। ତେବେ ଗୋଠ ଛଡା ଦନ୍ତାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The farmer was | Argus News