Videos
|
Odisha

ଧାନ ଗଦାରେ ନିଆଁ, ସବୁ ପୋଡି ପାଉଁସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଧାନ ଗଦାରେ ନିଆଁ, ସବୁ ପୋଡି ପାଉଁସ

ଅର୍ଗସ ବ୍ୟୁରୋ:  ଗଂଜାମ ତାରାସିଙ୍ଗ ଥାନା ଗେରେଡା ମାଣପୁର ରାସ୍ତା କଡରେ ଗଦା କରାଯାଇଥିବା ଧାନ ଗଦାରେ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ମାଣପୁର ଗାଁର ତିନି ଚାଷୀଙ୍କ ପାଞ୍ଚ ଗଦା ଧାନ ପୋଡି ପାଉଁଶ ହୋଇଯାଇଛି । ବାତ୍ୟା ଆସିବା ଭୟରେ ଜମିରୁ ଧାନ ବୋହି ଆଣି ସୁରକ୍ଷିତ ଭାବେ ରଖିବା ପାଇଁ ଚାଷୀ ମାନେ ରାସ୍ତାକଡ଼ରେ ଜମା କରିଥିଲେ ।

ରାତି ପ୍ରାୟ ୧୧ ଟା ସମୟରେ ହଠାତ ନିଆଁ ଦେଖିବା ପରେ ଚାଷୀ ମାନେ ଦୌଡି ଥିଲେ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରି ନେଇଥିଲେ ଓ ତାରସିଙ୍ଗ ପୁଲିସକୁ ଖବର ଦେଇ ଚାଷୀ ମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ଗେରେଡା ଆର ଆଇ ଓ ସରପଞ୍ଚ ପ୍ରଦୀପ କୁମାର ସେଠୀ ପଂହଁଚି ଘଟଣାର ଅନୁସନ୍ଧାନ କରି ରିପୋର୍ଟ ପଠାଇଛନ୍ତି । ଏଥିରେ ଚାଷୀ ଜଗତ ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ ଙ୍କ ଧାନ କ୍ଷତି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The farmer's pile of grain was burnt | Argus News