Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିନା କୋଚିଂରେ କମାଲ କଲେ ଚାଷୀ ପୁଅ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିନା କୋଚିଂରେ କମାଲ କଲେ ଚାଷୀ ପୁଅ

ଅର୍ଗସ ବ୍ୟୁରୋ:  ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କେନ୍ଦୁଝର ପଞ୍ଚଗୋଛିଆ ପଞ୍ଚାୟତ ବରେଶ୍ବର ଗ୍ରାମ ର ସରୋଜ ପଣ୍ଡା । ପ୍ରଥମ ଥରରେ ସେ କୃତକାର୍ଯ୍ୟ ହେବା ସହ ୨୬୯ ତମ ସ୍ଥାନ ହାସଲ କରିଛନ୍ତି। ଏହି ସଫଳତାର ସମସ୍ତ ଶ୍ରେୟ ନିଜ ବାପା ମାଆ, ଶିକ୍ଷକ , ସାଙ୍ଗସାଥୀ, ଗୁରୁଜନ ଏବଂ ଭଗବାନ ଙ୍କୁ ଦେଇଛନ୍ତି।  ଭବିଷ୍ୟତରେ ଶିକ୍ଷା, କୃଷି ଏବଂ ପରିବେଶ ଉପରେ ଗୁରୁତ୍ବ ଦେବେ ବୋଲି  କହିଛନ୍ତି ସରୋଜ।

ତୁଣ୍ଡ ଝାଳ କୁ ମୁଣ୍ଡ ରେ ମାରି ସରୋଜ ଙ୍କୁ ପାଠ ପଢ଼ାଇଥିବା ବାପା, ମା ଆଜି ପୁଅର ଏହି ସଫଳତାରେ ବହୁତ ଖୁସି।  ଭଗବାନ ପଣ୍ଡା ଏବଂ ସାବିତ୍ରୀ ପଣ୍ଡା ଙ୍କ ପୁତ୍ର ସରୋଜ ପଣ୍ଡା। ଭଗବାନ ପଣ୍ଡା ପ୍ରତ୍ୟେକ ଦିନ ସକାଳୁ ନିଜ ବାଡିରୁ ଲେମ୍ବୁ, ଲଙ୍କା ଏବଂ ଶାଗ ନେଇ ବଜାରକୁ ବିକ୍ରି କରିବାକୂ ଯାଆନ୍ତି। ଏଥିରେ ଯାହା ରୋଜଗାର କରନ୍ତି ସେଥିରେ ୫ ପ୍ରାଣୀ କୁଟୁମ୍ବ ଚଳେ । ଏଭଳି ଆର୍ଥିକ ଅନାଟନ ଭିତରେ ସରୋଜ ନିଜର ଅଧ୍ୟବସାୟ ଜାରି ରଖିଥିଲେ ।

ସରୋଜଙ୍କ ଏହି ସଫଳତା ପରେ ଗାଁରେ ଉତ୍ସବର ମାହୋଲ । ସରୋଜଙ୍କ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଶିକ୍ଷକ ସମସ୍ତେ ସରୋଜ ଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସ୍ୱାଗତ କରିଥିଲେ ।  କଠିନ ଅଧ୍ୟବସାୟ ଆଗରେ ଆର୍ଥିକ ଅନାଟନ ହାର ମାନେ ଏବଂ ସରୋଜ ଅନ୍ୟ ମାନଙ୍କ ଉଦାହରଣ ସହ ଆମ ଅଞ୍ଚଳ ର ଗର୍ବ ଓ ଗୌରବ ବୋଲି ସରୋଜ ଙ୍କ ସାଙ୍ଗ କହିଛନ୍ତି । କଠିନ ପରିଶ୍ରମ କଲେ ନିଶ୍ଚୟ ସଫଳତା ମିଳେ । କଠିନ ପରିଶ୍ରମ ଆଗରେ ଆର୍ଥିକ ପରିସ୍ଥିତି ର ମାନେ କିଛି ନଥାଏ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ସରୋଜ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The farmer's son excelled without coaching | Argus News