ସିଂହାରୀ ସେବାୟତ ଓ ସୁଆର ସେବାୟତ ମଧ୍ୟରେ ବିବାଦ, ହୋଇପାରିଲାନି ପହୁଡ ନୀତି

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ । ସିଂହାରୀ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହୋଇପାରିଲାନି ପହୁଡ ନୀତି । ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଗତକାଲି ପ୍ରଥମ ଭୋଗମଣ୍ଡପ ବାହାରିବା ପରେ ଭକ୍ତମାନେ ମହାପ୍ରସାଦ ପାଇଥିବା ବେଳେ ଦ୍ବିତୀୟ ଭୋଗମଣ୍ଡପରେ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗତକାଲି ଅପରାହ୍ନ 4ଟା 35ରେ ଦ୍ବିତୀୟ ଭୋଗମଣ୍ଡପ ଉଠିବା ପରେ ଭିତର କାଠ ନିକଟରେ ରକ୍ତଛିଟା ପଡିଥିବାରୁ ବଡ ମହାସ୍ନାନ ହୋଇଥିଲା ।
ପ୍ରାୟ ରାତି 8ଟା 10ରେ ମହାସ୍ନାନ ପୂଜା ଶେଷ ହୋଇଥିବା ବେଳେ ପ୍ରାୟ 3ଘଣ୍ଟା ପରେ ରାତି 11ଟା 24ରେ ଦ୍ବିତୀୟ ଭୋଗମଣ୍ଡପ ପୂଜା ବସି 11ଟା 30ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଶେଷ ହେଲା । ଯାହା ଫଳରେ ଭକ୍ତମାନେ ବରାଦ ଦେଇଥିବା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ପରେ ରାତି 12ଟା 44ରେ ସଂଧ୍ୟାଧୂପ ପୂଜା ଶେଷ ହୋଇ ଭୋର 4ଟା 12ରେ ବଡସିଂହାର ବେଶ ସମ୍ପନ୍ନ ହୋଇ ନୀତି ବନ୍ଦ ରହିଲା। ତେବେ ମହାସ୍ନାନ ପୂଜାପରେ ପ୍ରାୟ ତିନି ଘଣ୍ଟା ଧରି ସିଂହାରୀ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଦ୍ବିତୀୟ ଭୋଗମଣ୍ଡପ ପୂଜା ବିଳମ୍ବ ହୋଇଛି । ଯାହା ଫଳରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି ଅନେକ ଭକ୍ତ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: