ଜିଲ୍ଲାପାଳଙ୍କ ପାଖକୁ ଗଲା `ସୁଭଦ୍ରା'ର ଫାଇନାଲ୍ ଗାଇଡ୍ଲାଇନ୍
·1 year ago

ଅର୍ଗସ ବ୍ୟୁରୋ: ଜିଲ୍ଲାପାଳଙ୍କ ପାଖକୁ ଗଲା `ସୁଭଦ୍ରା'ର ଫାଇନାଲ୍ ଗାଇଡ୍ଲାଇନ୍। ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଚିଠି ଲେଖି ଅବଗତ କଲେ। ସୁଭଦ୍ରା ଯୋଜନାର ନୂଆ ଗାଇଡ୍ଲାଇନରେ ସ୍ପଷ୍ଟ କଲେ ସଚିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ୍ ଥିଲେ ଆବେଦନ କରିହେବ। ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାର ଲାଭାର୍ଥୀ ବି ଆବେଦନ କରିପାରିବେ।
ଉଭୟ ରାସନ କିମ୍ବା ଅନ୍ତ୍ୟୋଦୟ କାର୍ଡ ଥିଲେ ସାମିଲ୍ ହୋଇପାରିବେ। ରାସନ କାର୍ଡ ନ ଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ରାସନ କାର୍ଡ ନ ଥିଲେ ଇନ୍କମ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ସେମାନଙ୍କ ଆୟ ବାର୍ଷିକ ଅଢ଼େଇ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ। ବାକି ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: