Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଆ ଅସ୍ମିତାର ଲଢ଼େଇରେ ଲାଗିବ ଚୂଡ଼ାନ୍ତ ବିଜୟ ଟିକା

Odisha

ଓଡ଼ିଆ ଅସ୍ମିତାର ଲଢ଼େଇରେ ଲାଗିବ ଚୂଡ଼ାନ୍ତ ବିଜୟ ଟିକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଓଡ଼ିଆ ଅସ୍ମିତାର ଲଢ଼େଇରେ ଲାଗିବ ଚୂଡ଼ାନ୍ତ ବିଜୟ ଟିକା

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ଖୋଲିପାରେ ରତ୍ନଭଣ୍ଡାର ! ଆସିବ ଏସଓପି । ଏ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଥିବା ବେଳେ ସେପଟେ କିନ୍ତୁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ତେବେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏସଓପି ପ୍ରସ୍ତୁତ କରି ଶ୍ରୀମନ୍ଦିର ପରିଚାଳନା କମିଟିରେ ପାରିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବି ଏହାକୁ ଗ୍ରୀନ୍ ସିଗ୍ନାଲ ମିଲିସାରିଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ । ତେବେ ରତ୍ନଭଣ୍ଡାର ଖୋଲିବା ପରେ ଆଗ ସୁନା ଅଳଙ୍କାରକୁ ବାହାରକୁ ଅଣାଯାଇ ଭିତରକାଠ ନିକଟରେ ଚାଙ୍ଗଡ଼ା ଘର , ଖଟ ସେଜ ଘର ଓ ଫୁଲ ଘର, ଖୁଣ୍ଟିଆ ଘରେ ରଖାଯିବ ବୋଲି ଆଲୋଚନା ହୋଇଛି । ତେଣୁ ଆସନ୍ତାକାଲି ଭଣ୍ଡାର ଖୋଲିବ ବୋଲି ଆଶା ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ।ସେପଟେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ନେଇ ସ୍ନେକ୍ ହେଲ୍ପ ଲାଇନ୍, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଟିମଙ୍କୁ ପ୍ରସ୍ତୁତ  ରଖାଯାଇଛି । ତେବେ ରାଜ୍ୟ ସରକାରଙ୍କ ଏସଓପି ଯାହା ଆସିବ ତାକୁ ପାଳନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅର୍ଦ୍ଧଶତାବ୍ଦୀର ପ୍ରତୀକ୍ଷାର ହେବ ଅନ୍ତ । ଓଡ଼ିଆ ଅସ୍ମିତାର ଲଢ଼େଇରେ ଲାଗିବ ଚୂଡ଼ାନ୍ତ ବିଜୟ ଟିକା। 24 ବର୍ଷ ଧରି ଜାଣିଶୁଣି ରତ୍ନଗଣତିକୁ ଗଡ଼ାଇ ଚାଲିଥିଲେ ବିଜେଡି ସରକାର। ରତ୍ନ ଅସୁରକ୍ଷିତ ଥିବା ଆଶଙ୍କା ଘନୀଭୂତ ହୋଇଥିଲା କାରଣ ଚାବି ହଜିବା ଘଟଣାର ତଦନ୍ତ ପାଇଁ ଗଠିତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କଲେନାହିଁ ନବୀନ ସରକାର। ଆଉ 24 ମହାଲଢ଼େଇରେ ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଲା ରତ୍ନଭଣ୍ଡାର। ନିର୍ବାଚନୀ ସଭାରେ ଏ ପ୍ରସଙ୍ଗ ବାରମ୍ବାର ଉଠାଇଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ବିଜେପିର ତମାମ ଆଗଧାଡ଼ିର ନେତା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The final victory in the fight against orthodoxy will be the | Argus News