Videos
|
Odisha

ଭୁବନେଶ୍ଵର ବିଜେଡି ଦଳରେ ବଢୁଛି ଅସନ୍ତୋଷର ନିଆଁ

Ritu Das
Browse all articles by Ritu Das
·2 years ago·1 min read
ଭୁବନେଶ୍ଵର ବିଜେଡି ଦଳରେ ବଢୁଛି ଅସନ୍ତୋଷର ନିଆଁ

ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ବିଜେଡିରେ ଅଲ୍ ଇଜ୍ ନଟ୍ ଓ୍ଵେଲ୍। ବଢୁଛି ଅନ୍ତଃକନ୍ଦଳ, ଦଳ ଭିତରେ ଫାଟ ଦିଶୁଛି ଜଳଜଳ। ଗତକାଲି ଶଙ୍ଖ ଭବନରେ ହଙ୍ଗାମା ପରେ ଆଜି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର। ଅଶୋକ ପଣ୍ଡାଙ୍କ ଚକ୍ରାନ୍ତ ଯୋଗୁଁ ଦଳରେ ବିଶୃଙ୍ଖଳା ବଢୁଥିବା ଉଭୟ ନେତା ଅଭିଯୋଗ କରିଛନ୍ତି। ରବିବାର ଶଙ୍ଖ ଭବନରେ ହଙ୍ଗାମା କରିଥିବା କର୍ପୋରେଟରଙ୍କ ପଛରେ ଅଶୋକ ପଣ୍ଡାଙ୍କ ହାତ ରହିଛି, ରାଜେଶ ପାତ୍ର ଏବେ ବି ବିଜେପିର ସଦସ୍ୟ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ତାଙ୍କୁ ଶଙ୍ଖ ଭବନକୁ ଆଣିଥିଲେ ବୋଲି ଉଭୟ ଅମରେଶ ଓ ବିରଞ୍ଚି ଅଭିଯୋଗ କରିଛନ୍ତି।

ପରାଜୟ ପରେ ବି ଚେତୁନାହାନ୍ତି ବିଜେଡି ନେତୃତ୍ୱ। ଏବେଠାରୁ ନଜର ନ ରଖିଲେ ଭାଙ୍ଗିଯିବ ଭୁବନେଶ୍ଵର ବିଜେଡି ଗଡ଼। ଗତକାଲିର ଘଟଣାକୁ ନେଇ ଉଭୟ କର୍ପୋରେଟର ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫେରାଦ ହୋଇ ଅଶୋକ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗଲା ନିର୍ବାଚନରେ ପରାଜୟ ପରେ ପୂର୍ବତନ ମନ୍ତ୍ରୀ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ ବୋଲି ଉଭୟ କଟାକ୍ଷ କରିଛନ୍ତି।

ସାଧାରଣ ନିର୍ବାଚନ ପରାଜୟ ହେଉନି ପୋଷ୍ଟମର୍ଟମ। କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡିର ଶୀର୍ଷ ନେତୃତ୍ୱ‌। ଯାହା ଦଳୀୟ କନ୍ଦଳକୁ ପ୍ରଶମିତ କରିବା ବଦଳରେ ବଢାଉଥିବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The fire of | Argus News Odia