ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ
·2 years ago·1 min read

ଅର୍ଗସ ବ୍ୟୁରୋ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ ହୋଇଛି। ହୋହଲ୍ଲା ଭିତରେ ଶେଷ ହୋଇଥିବା ବୈଠକରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା ସ୍ୱାସ୍ଥ୍ୟ ବିଭାଗର ଅପାରଗତା ଓ ଅବହେଳା ଏବଂ ବିଦ୍ୟୁତ୍ ବିଭାଗର ଅପାରଗତା। ଯାହାକୁ ନେଇ ଉପସ୍ଥିତ ବୁଦ୍ଧିଜୀବୀ,ସେବାୟତ ବିଭାଗୀୟ ଅଧିକାରୀଙ୍କ ଉପରେ ଖୁବ୍ ବର୍ଷିଥିଲେ। ସେପଟେ ସମସ୍ତ ବିଭାଗ ନିଜନିଜ ପ୍ରସ୍ତୁତି ରିପୋର୍ଟ ଆରଡିସିଙ୍କ ସମ୍ମୁଖରେ ପ୍ରଦାନ କରିଥିବା ବେଳେ ଅନ୍ୟ ବଳକା କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି।
ଅନ୍ୟପଟେ ଆସନ୍ତା ଦିନରେ ଆଇନମନ୍ତ୍ରୀଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରାୟ 15ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ସୂଚନା ପ୍ରଦାନ ପାଇଁ ଭିଡିଓ ୱାଲ୍ ସହ ବଡଦାଣ୍ଡରେ ଟିକେଟ୍ ବୁକିଂ କାଉଣ୍ଟର ଲଗାଯିବ ବୋଲି ବୈଠକରେ ଆଲୋଚନା ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: