Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାର ଗଢିବା ପାଇଁ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ

Odisha

ସରକାର ଗଢିବା ପାଇଁ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ସରକାର ଗଢିବା ପାଇଁ ମହାପ୍ରଭୁଙ୍କୁ ପ୍ରଥମ ନିମନ୍ତ୍ରଣ

ଅର୍ଗସ ବ୍ୟୁରୋ : ଓଡ଼ିଆଙ୍କ ଇଷ୍ଟ , ଜ୍ୟେଷ୍ଠ ଓ ଶ୍ରେଷ୍ଠ,ମହାପ୍ରଭୁଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ।ଆସନ୍ତାକାଲି ଜନତା ମଇଦାନରେ ଅନୁଷ୍ଠିତ ହେବ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହ ।ଆସନ୍ତାକାଲି ଅପରାହ୍ନ ୩ ଟା ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ସମାରୋହରେ ଯୋଗ ଦେବାପାଇଁ ମହାପ୍ରଭୁଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ନିମନ୍ତ୍ରଣ ପତ୍ର ଦିଆଯାଇଛି ।ଚିଲିକା ବିଧାୟକ ପୃଥିରାଜ୍ ହରିଚନ୍ଦନ , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ , ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ,ଇରାସିଶ ଆଚାର୍ଯ୍ୟ ପ୍ରମୁଖ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି । ସିଂହଦ୍ୱାର୍ ଠାରେ ପହଞ୍ଚିବା ପରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ ବାନା ଦିଆଯାଇ ନବନିର୍ବାଚିତବିଧାୟକ ମାନଙ୍କୁ ସ୍ଵାଗତ କରାଯାଇଥିଲା ।କଂସା ଥାଳିରେ ମହାପ୍ରଭୁଙ୍କ ପାଇଁ ନୈବେଦ୍ୟ , ଶ୍ରୀଫଳ ,ନିମନ୍ତ୍ରଣ ପତ୍ର ,ଗୁଆ , ଲଡୁ ମହାପ୍ରସାଦ ଆଦି ନେଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା ।

ଅଧିକ ପଢନ୍ତୁ : ବିଜେପି ରାଜ୍ୟ ସଭାପତି ଗଲେ ନବୀନ ନିବାସ

ଓଡ଼ିଆ ପରମ୍ପରା ଆଧାରରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ ।ଏଣୁ ଏହି ପରମ୍ପରା ଓ ସଂସ୍କୃତି ଆଧାରରେ ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣ ରକ୍ଷା କରି ସମାରୋହରେ ଉପସ୍ଥିତ ରହିବା ସହ ନୂତନ ମନ୍ତ୍ରୀ ମଣ୍ଡଳକୁ ଆଶୀର୍ବାଦ କରିବା ପାଇଁ ପ୍ରାର୍ଥନା କରିଛନ୍ତି ନୂତନ ଓଡ଼ିଶା ସରକାର ।ଓଡ଼ିଶା ଲୋକଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଆସନ୍ତାକାଲି ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଊଛନ୍ତି । ଏ ସରକାର ହେବ ମୋ ଅର୍ଥାତ୍ ଲୋକ ମାନଙ୍କ ସରକାର ବୋଲି କହିଛନ୍ତି ପ୍ରୁଥିରାଜ୍ ହରିଚନ୍ଦନ ।ଅନ୍ୟପଟରେ ଶ୍ରୀମନ୍ଦିର ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା ମୁତାବକ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ଗଣତି ମଣତି ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The first invitation to the Lord to form the government in odisha | Argus News