Videos
|
Odisha

ତତ୍କାଳୀନ ବିଜେଡି ସରକାରଙ୍କ ପୋଲ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ତତ୍କାଳୀନ ବିଜେଡି ସରକାରଙ୍କ ପୋଲ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ । ତତ୍କାଳୀନ ବିଜେଡି ସରକାର ବିରୁଦ୍ଧରେ ବିଧାନସଭାରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।  ସେ କହିଛନ୍ତି , ବହୁ ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ହାତେଇଛନ୍ତି ରାସନ କାର୍ଡ । ମନ୍ତ୍ରୀ କହିଥିଲେ ଆମ ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି । ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଜୀବନୀ । ସେହିପରି ଆହୁରି କହିଛନ୍ତି , ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ କି ଖୋଳ କରିଦେଇଛନ୍ତି । ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଥିଲେ । ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।  

ଅଧିକ ପଢନ୍ତୁ : ଖୋଲୁଛି ବିଜେଡି ଶାସନରେ ଦୁର୍ନୀତିକୁ ରାଜନୈତିକ ପୃଷ୍ଠପୋଷକତାର ଗୁମର

ଅନ୍ୟପଟେ ଆହୁରି କହିଛନ୍ତି ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ । ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କୁ ଘରେ ଚାଉଳ ପଂହଁଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ଆଣିବେ ସରକାର । ଗୃହ ରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The food supply minister opened the polls of the former BJD government | Argus News