|
logo
Live

Argus News - ୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ

Odisha

୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ

Ritu Das
Browse all articles by Ritu Das
·2 years ago
୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ

ଅର୍ଗସ ବ୍ୟୁରୋ: ଧରା ପଡ଼ିଲା ମଣିଷ ଖିଆ ବାଘ । ୫ ଦିନ ଧରି ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । କୋଦାପାଲି ଗାଁରେ ଯନ୍ତାରେ ପଡ଼ିଛି କଲରାପତରିଆ ବାଘ । ଗତ କିଛି ଦିନ ହେଲା ଏହି ବାଘ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା। 

ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ମାରି ଖାଇବା ପରେ ଘର ଭିତରୁ ୮ ବର୍ଷର ଶିଶୁକୁ ଟେକି ନେଇଥିଲା । ଏବେ ଏହି ମଣିଷ ଖିଆ କଲରାପତରିଆ ବାଘକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ। ବର୍ତ୍ତମାନ ଏହି ବାଘକୁ ନୂଆପଡ଼ା ରେଞ୍ଜ ଅଫିସରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ | Argus News