Videos
|
Odisha

ଗୋଠଛଡ଼ା ଦନ୍ତାକୁ ଘଉଡ଼ାଇଲା ବନ ବିଭାଗ

Manini Pattanayak
Browse all articles by Manini Pattanayak
·2 years ago·1 min read
ଗୋଠଛଡ଼ା ଦନ୍ତାକୁ ଘଉଡ଼ାଇଲା ବନ ବିଭାଗ

ସୁନ୍ଦରଗଡ଼ : ଉତ୍ପାତ କରୁଥିବା ଗୋଠଛଡ଼ା ଦନ୍ତାକୁ ଘଉଡ଼ାଇଲା ବନ ବିଭାଗ। ଦନ୍ତାକୁ ସହର ଠାରୁ ୩୦ କିମି ଦୂର ଦେବଗଡ଼ ଜଙ୍ଗଲକୁ  ଘଉଡ଼ାଇଛି ବନ ବିଭାଗ।  କୁଳିପୋଷ, ବାଙ୍କୀ ରେଞ୍ଜରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲା ଦନ୍ତା।   

ଏ ନେଇଅଂଚଳର ଲୋକ  ରାତି ଅନିଦ୍ରା ହେବା ଘର ଦ୍ୱାର ଆସବା ପତ୍ର ନଷ୍ଟ କରିବା ନେଇ ଉତ୍ୟକ୍ତ ହଇ ହାତୀକୁ ଅନ୍ୟତ୍ର ନେବାକୁ  ଦାବୀ କରିଥିଲେ । ବଣାଇ ଡିଫଓ ଲଳିତ ପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ କରି ଏହି ଉତ୍ପାତ ଚଲାଇ ଥିବା ହାତୀ କୁ ଗତକାଲି ରାତିରେ ବଣାଇରୁ ପ୍ରାୟ 30କିଲୋମିଟର ବ୍ୟବଧାନ ରେ ଥିବା ଦେବଗଡ଼ ଜଙ୍ଗଲ କୁ ଘଉଡ଼ାଇ ଦେଇଛନ୍ତି।  ଏହି ହାତୀ ଯୋଗୁ ଅତିଷ୍ଟ ହୋଇ ପଡିଥିଲେ ବଣାଇ ଅଂଚଳର ଚାଷୀ ଠାରୁ ଜନସାଧାରଣ । ଯେପରି  ପୁନର୍ବାର ଏହି ହାତୀ ବଣାଇ ଅଂଚଳ କୁ ନଆସେ ସେଥିପାଇଁ ନଜର ଦେବାକୁ ଅନୁରୋଧ କରିଛନ୍ତି ଜନ ସାଧାରଣ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The forest department has driven Elephant to Devagarh forest, 30 km away from the city | Argus News