Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜବତ ଖଇର କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା

Odisha

ଜବତ ଖଇର କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା

Manini Pattanayak
Browse all articles by Manini Pattanayak
·2 years ago
ଜବତ  ଖଇର କାଠର ମୂଲ୍ୟ  ଲକ୍ଷାଧିକ ଟଙ୍କା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବନ ବିଭାଗକୁ ମିଳିଛି ସଫଳତା। ଗତ ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା ଯେ ବେଆଇନ ଭାବରେ କାଠ ଚୋରା ଚାଲାଣ ହେଉଛି। କଣ୍ଟାବାଞ୍ଜି ରେଞ୍ଜର ଙ୍କ ନିର୍ଦେଶ କ୍ରମେ ଏକ ଟିମ କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ଜଙ୍ଗଲ ନିକଟକୁ ଯାଇଥିଲେ।

ସେଠାରେ ବେଇଆନ ଭାବରେ ଚାଲାଣ ହେଉଥିବା ଖଇର କାଠ ବୋଝେଇ ମିନିଟ୍ରକ କୁ ଠାବ କରିଥିଲେ। ବନ ବିଭାଗକୁ ଦେଖି ମିନିଟ୍ରକ ଡ୍ରାଇଭର ଫେରାର ମାରିଥିଲା। ଖଇର କାଠ ବୋଝେଇ ମିନିଟ୍ରକ କୁ ଜବତ କରି କଣ୍ଟାବାଞ୍ଜି ରେଞ୍ଜ ଅଫିସରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ଜବତ କାଠର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The forest department has seized the mini truck carrying Khair wood and kept it in the Kantabanji range office. | Argus News