ଘର ଭିତରୁ କୁଟୁରାକୁ ଉଦ୍ଧାର କଲା ବନ ବିଭାଗ
·2 years ago

ବୌଦ୍ଧ: ଘର ଭିତରୁ କୁଟୁରା ଉଦ୍ଧାର କଲା ବନ ବିଭାଗ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପୁରୁଣାକଟକ ଥାନା ପରିସରରୁ ବିଳମ୍ବିତ ରାତିରେ ପୁରୁଣାକଟକ ବନାଞ୍ଚଳ କର୍ମଚାରୀ ଏକ କୁଟୁରାକୁ ଉଦ୍ଧାର କରିଛନ୍ତି l ପାରାପିଟ ଜଙ୍ଗଲରୁ କୁଟୁରାଟି ପୁରୁଣାକଟକ ଥାନା ପରିସରକୁ ଆସି ଏକ ଘର ଭିତରେ ପଶିଯାଇଥିଲା ।
ଏ ନେଇ ଥାନା ଆଇଆଇସି ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ | ଖବର ପାଇ ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର, ଚାରିଛକ ବନପାଳ ବିଜୟାନନ୍ଦ ସାହୁ, ବନପାଳ ସତୀଶ ରଞ୍ଜନ କମ୍ପ ଇଡ୍ ସହ ପହଞ୍ଚି କୁଟୁରାଟିକୁ ଜୀବନ୍ତ ଉଦ୍ଧାର କରିଥିଲେ। ପରେ ପୁରୁଣାକଟକ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ କୁଟୁରାକୁ ନେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା।ଆଜି ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: