Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆ ଯୁବକ ଯୁବତୀଙ୍କୁ ପ୍ରତାରିତ କରିଥିଲା ପୂର୍ବ ବିଜେଡି ସରକାର 

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଓଡ଼ିଆ ଯୁବକ ଯୁବତୀଙ୍କୁ ପ୍ରତାରିତ କରିଥିଲା ପୂର୍ବ ବିଜେଡି ସରକାର 

Key Points

  • ବେକାରୀ ସମସ୍ୟା ନେଇ ବିଜେଡି ସରକାରର ପୋଲ୍‌ ଖୋଲିଲା ବିଜେପି
  • ମୁଲତବୀ ଆଲୋଚନା ବେଳେ ତଥ୍ୟ ରଖି ଜବାବ ଦେଲେ ମନ୍ତ୍ରୀ
  • ଓଡ଼ିଆ ଯୁବକ ଯୁବତୀଙ୍କୁ ପ୍ରତାରିତ କରିଥିଲା ପୂର୍ବ ବିଜେଡି ସରକାର 
  • ନବୀନ କହିଥିଲେ, ଚୁକ୍ତିଭିତ୍ତିକ ନିଯୁକ୍ତି ବନ୍ଦ ହେବ, କିନ୍ତୁ ବନ୍ଦ ହେଲା ନାହିଁ 
  • ଜାରି ରହିଲା ଠିକା ନିଯୁକ୍ତି ଏବଂ ଆଉଟ ସୋର୍ସ ନିଯୁକ୍ତି
  • ମନ୍ତ୍ରୀ ଦେଲେ ଭରସା ଡିସେମ୍ବର ଶେଷ ସୁଦ୍ଧା ପୂରଣ ହେବ 34 ହଜାରରୁ ଅଧିକ ପଦବୀ
  • ନିଯୁକ୍ତିରେ ସ୍ବଚ୍ଛତା ପାଇଁ ଆସିବ ଆଇନ

ଅର୍ଗସ ବ୍ୟୁରୋ:  ବିଧାନସଭାରେ ଉଠିଲା ବେକାରୀ ସମସ୍ୟା ପ୍ରସଙ୍ଗ । ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ସରକାରୀ ପଦବୀ ପୁରଣ ନହେବା, ନୂତନ ପଦବୀ ସୃଷ୍ଟି ନହେବା ଓ ଚୁକ୍ତି ଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନକରିବା ନେଇ କଂଗ୍ରେସ ଦେଇଥିଲା ମୁଲତବୀ ନୋଟିସ । ଯାହାକୁ ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୦୨୨ - ୨୦୨୩ ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାର ଠାରୁ ରାଜ୍ୟରେ ବେକାରୀ ଅଧିକ ଥିଲା । ଜାତୀୟ ହାର ୩.୨ ଥିବା ବେଳେ ରାଜ୍ୟରେ ଥିଲା ୩.୯ । ଏବେ ନୂଆ ସରକାର  ନୂଆ ନିଯୁକ୍ତି ଉପରେ କରିଛନ୍ତି ଫୋକସ ।

ଗ୍ରାଫିକସ- ୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ମୂଳ ପଦବୀ ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । 2024 ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର 34 ହାଜର 686 ସରକାରୀ ପଦବୀ ପୂରଣ କରିବେ । ସେଥିପାଇଁ ପ୍ରକ୍ରିୟା ଶେଷ ହୋଇଛି । ନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଆଇନ ପ୍ରଣୟନ କରିବେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।  ବିଜେପି ବିଧାୟକ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, 24 ବର୍ଷ ଶାସନରେ ଥିବା ପୂର୍ବ ବିଜେଡ଼ି ସରକାର ଓଡ଼ିଆ ଯୁବକ ମାନଙ୍କୁ ପ୍ରତାରିତ କରିଛି । ଏହାର ପ୍ରତିଫଳନ ହେଉଛିଏହି ବେକାରୀ ସମସ୍ୟା । 2022 ଅକ୍ଟୋବର 16ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ବନ୍ଦ ହେବ ଏବଂ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ କାହିଁକି ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ବନ୍ଦ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ।

ଅନ୍ୟପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ବେକାରୀରେ ଓଡ଼ିଶା ୨୧ ନମ୍ବର । ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି । ଏହା ବାଦ ଆଉ କେତେ ପଦବୀ ଖାଲି ଅଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ । ଠିକା ନିଯୁକ୍ତି ଉଠାଇବେ କି ? । କଂଗ୍ରେସ କହିଛି, ଯେଉଁ ମାନେ ଆଜି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସ୍ଥାୟୀ କରାଯାଉ । ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ଦିନ ଧରି କର୍ମଚାରୀଙ୍କ ଆନ୍ଦୋଳନ ପରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ ପୂର୍ବ ବିଜେଡ଼ି ସରକାର । କିନ୍ତୁ ପରବର୍ତ୍ତୀ ସମୟରେ ଠିକା ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଲା । ଯାହାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏବେ ମୋହନ ସରକାରରେ ଖାଲି ଥିବା ସରକାରୀ ପଦବୀ ପୂରଣ ପାଇଁ ନିଆଯାଇଛି ବଡ଼ ପଦକ୍ଷେପ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
The former BJD government cheated the young woman | Argus News