Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ 

Odisha

କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ 

Manini Pattanayak
Browse all articles by Manini Pattanayak
·1 year ago·2 min read
କଟକର ବାଲୁବଜାରରେ ଦଶହରା ପୂଜାର ପଡିଥିଲା ମୂଳଦୁଆ 

କଟକ:  ହଜାର ବର୍ଷ ର ସହର କଟକ । ଏଠାକାର ବିଧି ଓ ପରଂମ୍ପରା ମଧ୍ୟ ବହୁ ପୁରୁଣା । ପୁରୁଣା ସହର କଟକର ଦଶହରା ବି ସମ୍ପୂର୍ଣ୍ଣ ନିଆରା । ଶହ ଶହ ବର୍ଷ ଧରି ପରଂମ୍ପରା ମୁତାବକ ମା ଦୁର୍ଗାଙ୍କ ମୃମୟୀ ମୃର୍ତ୍ତି ଏକା ଶୈଳୀରେ ସ୍ଥାପନା ହୋଇ ପୂଜା ହୋଇ ଆସୁଛନ୍ତି ମାଦୁର୍ଗା । 500 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହେବ ବାଲୁ ବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ବିଶେଷ ରୀତିନୀତି ଓ ବଙ୍ଗୀୟ ପରମ୍ପରା  ଅନୁସାରେ କଟକ ରେ ପୂଜା ପାଇ ଆସୁଛନ୍ତି । ହେଲେ ପୂଜା ରୀତିନୀତି ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।   ଶହ ଶହ ବର୍ଷ ଧରି ସେହି ଏକା ଶୈଳୀରେ ସ୍ଥାପିତ କରାଯାଇ ପୂଜା ପାଇ ଆସୁଛନ୍ତି ମା ଦୁର୍ଗା । ଆଉ ଏ ହେଉଛି ବାଲୁବଜାରର ବିନୋଦ ବିହାରୀ ପିଠ ।

କଟକରେ ଦଶହରା ପୂଜାର ମୂଳଦୁଆ ପଡିଥିଲା ଏଠାରେ ।  ୧୫୦୯ ମସିହାରେ ଏକ ଚାଳ ଛପର ଘରେ ଶ୍ରୀ ଚୈତନ୍ୟ ଆସି ପବିତ୍ର ଗଡ଼ ଗଡ଼ିଆଘାଟ ରୁ ଜଳ ଆଣି ଘଟପୂଜା ପରେ ୧୫୧୪ ମସିହାରେ ମୃମୟୀ ମୃର୍ତ୍ତୀରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଦୀର୍ଘ ୫୦୭ ବର୍ଷ ଧରି ପୂଜା ଆୟୋଜନ ହୋଇ ଆସୁଥିବା ଏହି ପୂଜା ମଣ୍ଡପ ଅନେକ ବିପତ୍ତିର ସମ୍ମାନ କରିବାକୁ ପଡିଛି । ପୂଜା ମଣ୍ଡପର ତଥ୍ୟ ଅନୁସାରେ ୧୮୧୭-୧୮ ମସିହାରେ ବିରାଟ ବଡ ଫ୍ଲ୍ୟୁ ରୋଗ ପରେ ୧୮୬୫-୬୬ ବେଳକୁ ନଅ ଅଙ୍କ ଦୁର୍ଭିକ୍ଷର ସାମ୍ମନା କରିଥିଲା । ତା ପରେ ବେ ପୂଜା  ବିଧି କି ରୀତିନୀତି ରେ ହୋଇ ନାହିଁ କିଛି ପରିବର୍ତ୍ତନ । ବାଲୁବଜ଼ାର ବିନୋଦ ବିହାର ଦୁର୍ଗା ଙ୍କୁ ବଡ଼ ଭଉଣୀ ଭାବେ ମାନୁଥିବା ବେଳେ ଚାନ୍ଦିନୀ ଚୌକ ଦୁର୍ଗା ମା ଙ୍କୁ ସାନ ଭଉଣି ବୋଲି ସମସ୍ତେ ଜାଣନ୍ତି।


ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପରେ ବିଶେଶ୍ୱତ ହେଉଛି  ମା ଙ୍କ ମୂର୍ତ୍ତି କୁ କୌଣସି କୁମ୍ଭାର ଗଢି ନଥାନ୍ତି । ସେହି ମଣ୍ଡପ ର ପୂଜକ ହିଁ ମୂର୍ତ୍ତି ଗଢିଥାନ୍ତି ଏବଂ ନିଜେ ମା ଙ୍କ ପୂଜା କରିଥାନ୍ତି । ମୂର୍ତ୍ତି ରେ କୌଣସି ରାସାୟନିକ ରଙ୍ଗ ବେବହାର କରାଯାଏନି ହଳିଦି ଚାଉଳ ଚୁନା , ତେନ୍ତୁଳି ଏବଂ ପତ୍ର ଗୁଣ୍ଡ ରଙ୍ଗ ବେବହାର କରି ମାଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଏ। ପୂଜା ରିତି ନୀତି ଅନୁସାରେ ଷଷ୍ଠୀ ରେ ବେଲ୍ଵ ବରଣୀ ସପ୍ତମୀ ରେ  ନବପତ୍ରିକା ପୂଜା ସହ ଚକ୍ଷୁ ଦାନ କରାଯାଇ ପୂଜା ଆରମ୍ବ ହୋଇଥାଏ ।ଅଷ୍ଟମୀ ରେ ହଜାର ହଜାର ସଂଖ୍ୟାରେ ସଧବା ମହିଳା ମାନେ ଆସି ବ୍ରତ ପୂଜା କରିଥାନ୍ତି । ବିଜୟା ଦଶମୀ ରେ ମା ଙ୍କ ପାଖରେ ସାଧାବା ମହିଳା ମାନେ ସିନ୍ଦୁର ଖେଳି ବା ସହ ଦହି ପଖାଳ ଭୋଗ କରାଯାଇ ଭକ୍ତ ଙ୍କୁ ବଣ୍ଟା ଯାଇଥାଏ। ପୂଜା କୁ ହାତରେ ମାତ୍ର ଆଉ କମ ସମୟ ଥିବାରୁ ମାଙ୍କ ମୁରଣ୍ମୟ ମୂର୍ତ୍ତି ଏକ ମାଟିଆ ପରେ।ଦୋ ମାଟିଆ ସରିଛି  ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ଖଡ଼ି ଲଗା ଅମାବାସ୍ୟା ଦିନ ମା ଙ୍କ ମୂର୍ତ୍ତି ରେ ଖଡ଼ି ଲାଗି କରି ରଙ୍ଗ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
The foundations of dusshera pujas were laid in the balubazar of Cuttack | Argus News