|
logo
Live

Argus News - ରାତି ପାହିଲେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

Odisha

ରାତି ପାହିଲେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

Ritu Das
Browse all articles by Ritu Das
·1 year ago·2 min read
ରାତି ପାହିଲେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଅର୍ଗସ ବ୍ୟୁରୋ: ରାତି ପାହିଲେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦେଶରେ ସପ୍ତମ ତଥା ରାଜ୍ୟର ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନର ଭୋଟର । ଏଥିପାଇଁ ନିର୍ବାଚନ କମିଶନ ତଥା ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ସରିଛି । ଏହି ପର୍ଯ୍ୟାୟରେ ମୋଟ୍ 66 ସାଂସଦ ଓ 394 ବିଧାୟକ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଶ୍ରୀକାନ୍ତ ଜେନା ଓ ବିଜେଡିର ଅନେକ ହେଭିୱେଟ୍।

ଦେଶରେ ସପ୍ତମ, ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ । ରାତି ପାହିଲେ ଭୋଟ୍ ଦେବେ ରାଜ୍ୟର ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନର ଭୋଟର । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର  ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ଆସନରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି । ମୋଟ୍ 99.61 ଲକ୍ଷ ଭୋଟର ଆସନ୍ତକାଲି ମତଦାନ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି 50.88 ଲକ୍ଷ ଲକ୍ଷ ପୁରୁଷ ଓ 48.72 ଲକ୍ଷ ମହିଳା ଭୋଟର । ଏଥିପାଇଁ 10 ହଜାର ୮୮୨ ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି ଯେଉଁଠି 70 ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିର୍ବାଚନ ପରିଚାଳନା କରିବେ । ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବେଶ କଡ଼ାକଡ଼ି କରାଯାଇଛି । ରାଜ୍ୟ ପୋଲିସ ସହ ୧୨୬ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି। 

ମତଦାନ ହେବାକୁ ଥିବା ୬ ଲୋକସଭା ଆସନ ମଧ୍ୟରୁ ଗତଥର ବିଜେପି ମୟୂରଭଞ୍ଜ ଓ ବାଲେଶ୍ବରରେ ବାଜି ମାରିଥିବା ବେଳେ ବିଜେଡିକୁ ମିଳିଥିଲା ୪ଟି ଆସନରେ ସଫଳତା । ସେହିପରି ୪୨ ବିଧାନସଭା କ୍ଷେତ୍ରରେ ବିଜେଡି ୩୩, ବିଜେପି ୯ଟି ଆସନ ହାତେଇବାରେ ସଫଳ ହୋଇଥିଲେ । ଏଥର 6ଟି ଲୋକସଭା ଆସନରେ 66 ସାଂସଦ ପ୍ରାର୍ଥୀ  ଓ ୪୨ ବିଧାନସଭା ଆସନରେ 394 ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି | ତେବେ ଏହି ପର୍ଯ୍ୟାୟ ସର୍ବାଧିକ ଫୋକସ ରହିଛି ବାଲେଶ୍ବର ଲୋକସଭା ଆସନ ଉପରେ । ରନିଂ ଏମପି ପ୍ରତାପ ଷଡ଼ଙ୍ଗୀ ଆସନରୁ ଲୋକସଭା ଲଢ଼ୁଛନ୍ତି । ସେହିପରି କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ ବିଜେପିରୁ ଯାଇ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରୁ ପ୍ରତିଦ୍ବନ୍ଦ୍ବତା କରୁଛନ୍ତି । ଏହାଛଡ଼ା କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ଲୋକସଭା ଆସନରୁ ବିଭୂ ତରାଇ ମୈଦାନରେ ଅଛନ୍ତି । ମୟୂରଭଞ୍ଜ ଲୋକସଭା ଆସନରୁ ସୁଦାମ ମାର୍ଣ୍ଡି ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଧାନସଭା କଥା ଦେଖିଲେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ଅଶ୍ବିନୀ ପାତ୍ର, ପ୍ରତାପ ଦେବ, ତୁଷାରକାନ୍ତି ବେହେରା ପ୍ରମୁଖ ନିର୍ବାଚନ ଲଢ଼ୁଛନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,  ପ୍ରଣବ ବଳବନ୍ତରାୟ, ପ୍ରଫୁଲ୍ଲ ସାମଲ, ନିରଞ୍ଜନ ପଟ୍ଟନାୟକଙ୍କ ପରି ହେଭିୱେଟ ନିର୍ବାଚନ ଲଢ଼ୁଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତାକାଲି ସନ୍ଧ୍ୟାରେ ନିର୍ବାଚନ ସରିବା ପରେ ସାଢ଼େ ୬ରେ ଆସିବ ବୁଥି ବାହୁଡ଼ା ମତ । ଗୋଟିଏ ପଟେ ଡବଲ୍ ଇଞ୍ଜିନ ସରକାରର ନାରା ଫୁଲଫିଲ୍ ପାଇଁ ବିଜେପି ପୂରା ଦମଖମ୍ ଲଗାଇଥିବା ବେଳେ ବିଜେଡି ଷଷ୍ଠ ଥର କ୍ଷମତା ଦଖଲ ପାଇଁ ଟଙ୍କାବଣ୍ଟା ଠାରୁ ଆରମ୍ଭ କରି ଧମକଚମକ ହିଂସାର ସାହାରା ନେଉଥିବା ଲଗାତାର ସାମ୍ନାକୁ ଆସୁଛି । ତେଣୁ ଏଭଳି ସ୍ଥିତିରେ ଆସନ୍ତାକାଲି ଏହି ସବୁ ଆସନରେ ମତଦାନ ବେଶ ଗୁରୁତ୍ବପୂର୍ଣ୍ଣ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ରାତି ପାହିଲେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ | Argus News