Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ  

Manini Pattanayak
Browse all articles by Manini Pattanayak
·1 year ago·1 min read
ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ  

ଭୁବନେଶ୍ୱର:  ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ । ଥାନା ଭିତରେ ପଶି ହଙ୍ଗାମା କଲେ ମେଜର ଓ ତାଙ୍କ ବାନ୍ଧବୀ । ଭରତପୁର ରାସ୍ତାରେ ଉଭୟଙ୍କୁ କେହି ଅପମାନିତ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ । ଥାନାରେ କର୍ତ୍ତବ୍ୟରେ ଥିବା ମହିଳା ଏସଆଇ ଘଟଣା ସମ୍ପର୍କରେ ଲିଖିତ ଆକାରରେ ଦେବାକୁ କହିବାରୁ ହଠାତ ଉତକ୍ଷିପ୍ତ ହୋଇ ମେଜରଙ୍କ ବାନ୍ଧବୀ ଲେଡି ଏସଆଇଙ୍କୁ ଆକ୍ରମଣ କରିଥିଲେ ।

 ମେଜର ଓ ତାଙ୍କ ବାନ୍ଧବୀଙ୍କ ଆକ୍ରମଣରେ ଅନ୍ୟ ଦୁଇ ଜଣ ମହିଳା କନଷ୍ଟେବଳଙ୍କ ସମେତ ଦୁଇ ଜଣ ପୁରୁଷ କନଷ୍ଟେବଳ ମଧ୍ୟ ଆହତ ହୋଇଥିଲେ । ମେଜର ଗୁରବନ୍ତ ସିଂ କଲିକତା 22 ଶିଖ ରେଜିମେଣ୍ଟରେ କାର୍ଯ୍ୟ କରୁଛନ୍ତି । ଗୁରବନ୍ତଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ଭରତପୁର ଅଞ୍ଚଳରେ ରୁହନ୍ତି । ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଛି । ତାଙ୍କ କାରରେ ମଦ ବୋତଲ ରହିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The frenzy of Major and his girl friend in the police station | Argus News