ୟୁଟ୍ୟୁବରଙ୍କ ପାଇଁ ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ !

ଅର୍ଗସ ବ୍ୟୁରୋ : ଯାହାକୁ ଭଲ ପାଇଁ ବାହାର କରାଯାଇଥିଲା, ସିଏ ହେଲା କାଳ । ଅର୍ଥାତ୍ ଆଜି କାଲିର ଅନଲାଇନ୍ ଯୁଗରେ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ୟୁଟ୍ୟୁବରେ ଅନେକ ପ୍ରକାର ଶିକ୍ଷା ଦିଆଯାଉଛି । ହେଲେ ଏବେ ୟୁଟ୍ୟୁବରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।
ଶିକ୍ଷାର ମାନକୁ ବୃଦ୍ଧି କରିବା ପାଇଁ ବିଦ୍ୟାଳୟ ମାନଙ୍କୁ ସରକାର ୫-ଟିରେ ଅର୍ନ୍ତଭୁକ୍ତ କରିଛନ୍ତି । ତୃଣମୁଳ ସ୍ତରରୁ ଶିକ୍ଷା ମଜଭୁତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ସରକାର । ଯାହା ଫଳରେ ପିଲାମାନଙ୍କ ଭବିଶ୍ୟତ ଉଜ୍ୱଳ ହୋଇ ପାରିବ । ମାତ୍ର ଶିକ୍ଷା ବିଭାଗର କିଛି ଅସାଧୂ କର୍ମାଚାରୀ ଆଉ କିଛି ୟୁଟ୍ୟୁବରଙ୍କ ପାଇଁ ତାହା ଭୁସୁଡିବାକୁ ଲାଗିଛି । ଆଉ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ପିଲାଙ୍କ ଭବିଷ୍ୟତ ।
ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛତ୍ରୀ ମାନଙ୍କ ବାର୍ଷୀକ ପରୀକ୍ଷା ଚାଲିଛି । ଆଉ ଏହି ବାର୍ଷୀକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ୟୁଟ୍ୟୁବ ଏବଂ ଜେରକ୍ସ ଦୋକାନରେ ମିଳୁଛି । ପିଲାମାନେ ବହି ପାଠ ନପଢି ମୋବାଇଲରେ ପ୍ରଶ୍ନପତ୍ର ବାହାର କରି ଉତ୍ତର ଲେଖୁଛନ୍ତି ।
📱 Get Argus News App
✨ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରୁ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ, ବାଲିଆପାଳ ବ୍ଲକ ଚୌମୁଖ ସ୍ଥିତ ରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛତ୍ରୀ ମାନେ ବହି ପାଠ ଅପେକ୍ଷା ମୋବାଇଲ ୟୁଟ୍ୟୁବରୁ ପ୍ରଶ୍ନପତ୍ର ଓ ଉତ୍ତର ବାହାର କରି ପରୀକ୍ଷା ଦେବାକୁ ଆସୁଛନ୍ତି ।
ଏଥିପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆଉ ବହି ଖୋଲି ପାଠ ପଢିବାକୁ ପଡ଼ୁନି । ଏମିତି କିଛି ପିଲାଙ୍କୁ ଆମେ ଭେଟିଥିଲୁ, ସେମାନେ ସତକଥା ସ୍ୱୀକାର କରିଥିଲେ, ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରୁ ନଥିଲେ ମଧ୍ୟ ପରିକ୍ଷାରେ ଶତ ପ୍ରତିଶତ ମାର୍କ ରଖିବେ ବୋଲି କହିଛନ୍ତି ।