Videos
|
Odisha

ବିନା ସୁରକ୍ଷାରେ ଚାଲିଛି ଦୁର୍ଗମର ଆଦିବାସୀ ଛାତ୍ରଙ୍କ ଭବିଷ୍ୟତ ଗଢା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିନା ସୁରକ୍ଷାରେ ଚାଲିଛି ଦୁର୍ଗମର ଆଦିବାସୀ ଛାତ୍ରଙ୍କ ଭବିଷ୍ୟତ ଗଢା

ଅର୍ଗସ ବ୍ୟୁରୋ:  ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳ ଗୁଲୁବାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ। ସରକାର ଆଦିବାସୀ ଛାତ୍ରଙ୍କ ନିମନ୍ତେ ଶିକ୍ଷାର ବିକାଶ ଲାଗି କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି ଏହି ଅଞ୍ଚଳରେ। କିନ୍ତୁ କିଛି ଅସାଧୁ ଶିକ୍ଷକଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି। ଏହି ବିଦ୍ୟାଳୟରେ ପ୍ରାୟ 100ରୁ ଅଧିକ ଛାତ୍ର ଛାତ୍ରାବାସରେ ରହି ଅଧ୍ୟୟନ କରୁଛନ୍ତି। ଏହି ଛାତ୍ରଙ୍କ ଲାଗି ସରକାର ଅନେକ ସୁବିଧା କରିଥିବା ବେଳେ ସମସ୍ତ ସୁବିଧାରୁ ବଞ୍ଚିତ ଅଛନ୍ତି ଛାତ୍ରମାନେ। ଆଉ ଅଭିଯୋଗ କଲେ ମିଳୁଛି ଶିକ୍ଷକଙ୍କ ଠାରୁ ଧମକ।

ପ୍ରତ୍ୟେକ ଦିନ ଖାଇବାରେ ଖାଲି ଡାଲି ଭାତ ଦିଆ ଯାଉଥିବା ନା ଅଣ୍ଡା ନା ମାଛ କିଛି ଦିଆଯାଏ ନାହିଁ। ଏପରି କି ପ୍ରତିଦିନ ସକାଳ 9 ଟାରେ ଓ ରାତ୍ର 8 ଟାରେ ଖାଇବାକୁ ଦିଆ ଯାଏ। କିନ୍ତୁ ଜଳଖିଆ କିଛି ନାହିଁ। ଏପରିକି ରୋଷେଇ ପାଇଁ କାଠ ମଧ୍ୟ ଛାତ୍ରମାନେ ଜଙ୍ଗଲରୁ ନିଜେ ଆଣନ୍ତି। ଛାତ୍ରମାନେ ଭଲ ଡାଲି କି ତରକାରୀ ନ ପାଇବାରୁ ଜଙ୍ଗଲରୁ ବାଉଁଶ କରଡ଼ି ଆଣି ଖାଉଥିବା ମଧ୍ୟ କହିଛନ୍ତି ଗ୍ରାମବାସୀ। ପିଲାଙ୍କ ଲାଗି ଶୌଚାଳୟ ଥିଲେ ମଧ୍ୟ ତାହାକୁ ଶିକ୍ଷକମାନେ ତାଳପକାଇ ରଖିଥିବା କହିଛନ୍ତି ଛାତ୍ରମାନେ। ଶିକ୍ଷକ ମାନେ ପ୍ରତ୍ୟେକ ଦିନ ବିଳମ୍ବରେ ଆସି ଜଲଦି ଚାଲି ଯାଉଛନ୍ତି।

ପାହଡ ଓ ଜଙ୍ଗଲ ନିକଟରେ ସ୍କୁଲ ହଷ୍ଟେଲ ଥିବା ସତ୍ତ୍ବେ କୌଣସି ସୁପେରିଟେଣ୍ଡ ପିଲାଙ୍କ ନିମନ୍ତେ ରହୁନଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀ ପଚାରିବାରୁ ସେମାନେ ନିଜ ବିଭାଗ କହି କଥା ଟାଳିଦେଲେ। ଏନେଇ ଅତିରିକ୍ତ ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୁର୍ଗମ ଅଞ୍ଚଳର ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଲାଗି ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: