ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାଙ୍କୁ ହାଣିଲା ଝିଅ
·2 years ago·1 min read

ଅର୍ଗସ ବ୍ୟୁରୋ: ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାକୁ ହାଣିଲା ଝିଅ। ତାଙ୍କ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ବର ସୋର ଥାନା ସରଶଙ୍ଖ ପଞ୍ଚାୟତ ହାତିଗଡ଼ିଆ ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ଅଞ୍ଚଳର ରଞ୍ଜିତ ସିଂ ଓ ତାଙ୍କ ସ୍ତ୍ରୀ ବୁଦୁନି ସିଂ ଗତକାଲି ରାତିରେ ଖାଇବାକୁ ବସିଥିବା ବେଳେ ତାଙ୍କ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ମା' ବୁଦୁନି ତାଙ୍କ ଉପରେ ବିରକ୍ତି ହୋଇଥିଲେ। ବାରମ୍ବାର ମୋବାଇଲରେ କଥା ହେବାକୁ ବାରଣ କରିଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ଝିଅ କୁନି ତାଙ୍କୁ ଏକ ପନିକିରେ ଆକ୍ରମଣ କରିଥିଲେ । ପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇଥିବା ରଞ୍ଜିତ ମଧ୍ୟ ଝିଅର ପନିକି ଚୋଟର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନା ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: