Videos
|
Odisha

ଖବର ପ୍ରସାରଣ, ତେଲେଙ୍ଗାନାରେ ବନ୍ଧା ପଡିଥିବା ଝିଅକୁ ଉଦ୍ଧାର କରାଗଲା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖବର ପ୍ରସାରଣ, ତେଲେଙ୍ଗାନାରେ ବନ୍ଧା ପଡିଥିବା ଝିଅକୁ ଉଦ୍ଧାର କରାଗଲା

ଅର୍ଗସ ବ୍ୟୁରୋ:  ଅର୍ଗସର ମହାପ୍ରଭାବ, ଚେତିଲେ  ରାଜ୍ୟ ସରକାର । ଖବର ପ୍ରସାରଣ ପର ତେଲେଙ୍ଗାନାରେ ବନ୍ଧା ପଡିଥିବା ଝିଅକୁ ଉଦ୍ଧାର କରାଗଲା । ଗତକାଲି ବିଶାଖାପାଟନମରୁ ଟ୍ରେନ ଯୋଗ ଆସିଛି ନାବାଳିକା ଜଣଙ୍କ । ଦାଦନ ଖଟିବାକୁ ଯାଇ କାମ କରିବାକୁ ଯାଇ ଦାଦନ ଯନ୍ତ୍ରଣାର ଶିକାର ହୋଇଥିଲେ । ବାପାର ମୃତ୍ୟୁ ପରେ ଅଗ୍ରିମ ଟଙ୍କା ଫେରାଇବାକୁ ଦାବି କରି ଦାଦନ ଝିଅକୁ ବନ୍ଧକ ରଖିଥିଲା ଦାଦନ ସର୍ଦାର ଓ ଇଟାଭାଟି ମାଲିକ । ୫୦ ହଜାର ଟଙ୍କା ଦେବା ପରେ ବି ଛାଡୁ ନଥିବା ଅଭିଯୋଗ ହୋଇଥିଲା । ଝିଅକୁ ଉଦ୍ଧାର ସହ ଦାଦନ ସର୍ଦ୍ଦାରକୁ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଥିଲେ ପରିବାର ଲୋକେ । ବଲାଙ୍ଗିର ବେଲପଡ଼ ବ୍ଲକ ସୁଲେକେଲାରୁ ଆସିଛି ଦାଦନ ଯନ୍ତ୍ରଣାର କରୁଣ କାହାଣୀ ।

ଅର୍ଥ ଅଭାବ ଦୂର କରିବାକୁ ପରିବାର ସହ ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିଲେ କାହ୍ନୁ ମଲ୍ଲିକ । ଇଟା ଭାଟିରେ କାମ କରୁଥିବା ବେଳେ ମାଲିକ ନିର୍ଯାତନା ଦେଉଥିଲା । ଦେହ ଅସୁସ୍ଥ ହେବା ପରେ ମଧ୍ୟ ଭାଟିରେ କାମ କରିବାକୁ ବାଧ୍ୟ କରାଯାଉଥିଲା । ଗୁରୁତର ହେବା ପରେ ଭାଟି ମାଲିକ ତାଙ୍କୁ ଘରକୁ ପଠାଇ ଦେଇଥିଲା । ଆଉ ଘରେ ପହଞ୍ଚିବା ପରେ କାହ୍ନୁଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଝିଅକୁ ବନ୍ଧକ ରଖି ପରିବାର ଲୋକଙ୍କୁ ଟଙ୍କା ମାଗୁଥିଲେ  ଇଟା ଭାଟି ମାଲିକ । ଅର୍ଗସରେ ଏନେଇ ଖବର ପ୍ରସାରଣ ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଝିଅକୁ ଉଦ୍ଧାର କରି ଗାଁକୁ ଅଣାଯାଉଛି । ଏଠି ପ୍ରଶ୍ନ ଉଠୁଛି, ୨୪ ବର୍ଷର ସ୍ଥିର ସରକାର ଦାଦନ ରୋକିବାରେ କେବେ ହେବ ସଫଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The girl who was tied up in Telangana was rescued | Argus News