Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା 

Manini Pattanayak
Browse all articles by Manini Pattanayak
·1 year ago·1 min read
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା 

ଭୁବନେଶ୍ୱର:  ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମ ର ବିଶ୍ଵଜୀତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା । ଦିଶ୍ଵଜିତଙ୍କ ବିରୋଧରେ ପ୍ରେମ ଏବଂ ପ୍ରତାରଣା ଅଭିଯୋଗ ଆଣିଛନ୍ତି ପ୍ରେମିକା । ଏ ନେଇ ବରଗଡ଼ ଥାନାରେ ପ୍ରେମିକା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଛି । ତେବେ ମାମଲା ର ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକ ଘର ସାମ୍ନା ରୁ ଉଠିବେ ନାହିଁ ବୋଲି ରୋକ୍ ଠୋକ ମନା କରିଛନ୍ତି ।

ଗତ ଅଢେଇ ବର୍ଷ ପୂର୍ବେ ବିଶ୍ଵଜିତ୍ ଙ୍କ ସହ ଯୁବତୀଙ୍କର ସୋସିଆଲ ମିଡ଼ିଆ ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଥିଲା । ଯୁବତୀ ଜଣକ ବିଶ୍ଵଜିତ ଙ୍କ ଘରକୁ ପରିବାର ସହମତିରେ ଆସି ରୁହନ୍ତୁ । ବିବାହ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ପରବର୍ତ୍ତି ସମୟରେ ବିଶ୍ଵଜିତ ଏବଂ ତାଙ୍କ ପରିବାର ବାହାଘର ପାଇଁ ରାଜି ହୋଇନଥିଲେ । ଏହାପରେ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ । 
ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The girlfriend strike infront of her boyfriend's house | Argus News