Videos
|
Odisha

ପ୍ରଥମ ପର୍ଯ୍ୟାୟରେ 500 ଗାଁକୁ ଉନ୍ନତ କରିବା ସରକାରଙ୍କ ଲକ୍ଷ୍ୟ

Smruti Parija
Browse all articles by Smruti Parija
·2 years ago·1 min read
ପ୍ରଥମ ପର୍ଯ୍ୟାୟରେ 500 ଗାଁକୁ ଉନ୍ନତ କରିବା ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ୫୦୦ ଆଦିବାସୀ ଗାଁ କୁ ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୋଡ଼ରେ ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ । ରୋଡ଼ମ୍ୟାପ ପ୍ରସ୍ତୁତ କଲା ବିଭାଗ । ଯେଉଁ ଗାଁ ଗୁଡିକରେ ୮୦ ରୁ ୯୦ ପ୍ରତିଶତ ଆଦିବାସୀ ରହିଛନ୍ତି ସେହି ସବୁ ଗାଁ ଗୁଡିକୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ । ଆଦିବାସୀ ଗାଁ ଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ଆମ ସରକାରଙ୍କ ପ୍ରାଥମିକତା । 

ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତି କରାଯିବ, ମାତୃ ଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ଟ୍ରେନିଂର ବ୍ୟବସ୍ଥା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲାଗୁ କରି ବର୍ଷକ ରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁ କୁ ବିକଶିତ କରାଯିବ ବୋଲି କହିଲେ ବିଭାଗୀୟ ମନ୍ତ୍ରୀ । 

ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁ କୁ ବିକଶିତ ଜରାଯିବ ପରେ ଆହୁରି ଅଧିକ ଗାଁ କୁ ବିକଶିତ କରାଯିବ । ପୂର୍ବ ସରକାର ମୋ ଯୋଜନା କେବଳ ନିର୍ବାଚନ ପାଇଁ ଲାଗୁ କରିଥିଲେ । ଏହି ଯୋଜନାରେ କୌଣସି ଲୋକ ଉପକୃତ ହୋଇ ନାହାନ୍ତି । ଯୋଜନାର କୌଣସି ନିର୍ଦ୍ଦିଷ୍ଟ ଗାଇଡ଼ ଲାଇନ ନାହିଁ । ୩ ଲକ୍ଷ ଟଙ୍କାର ଋଣ କରିବା କଥା ଲୋକ ଶୁଣିବା ପରେ ଚାଲି ଯାଉଛନ୍ତି । ଆଗ୍ରହ ନାହିଁ ଲୋକଙ୍କର ଏହି ଯୋଜନାରେ ସାମିଲ ହେବା ପାଇଁ ବୋଲି କହିଛନ୍ତି  ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: