Videos
|
Odisha

ରାଜ୍ୟରେ ଡବଲ ଇଞ୍ଜିନ ସରକାର ସଂକଳ୍ପ ପୂରଣ ପାଇଁ ଦେଲେ ଆହ୍ବାନ

Ritu Das
Browse all articles by Ritu Das
·2 years ago·2 min read
ରାଜ୍ୟରେ ଡବଲ ଇଞ୍ଜିନ ସରକାର ସଂକଳ୍ପ ପୂରଣ ପାଇଁ ଦେଲେ ଆହ୍ବାନ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି। କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମେ ସଫଳ ହେବୁ, ଓଡ଼ିଶାରେ ସରକାର ଗଠନ କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସାଧାରଣ ନିର୍ବାଚନରେ 4ଶହରୁ ଅଧିକ ସିଟ୍ ହାସଲ ଲକ୍ଷ୍ୟ ପୂରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ନବରଙ୍ଗପୁର, ବ୍ରହ୍ମପୁର ପରେ ବାରିପଦାରେ ବିଜୟ ସଂକଳ୍ପ ସମାବେଶରେ ଦଳୀୟ କର୍ମୀଙ୍କ ମନରେ ଜୋଶ୍ ଭରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । 

ରାଜନୀତି ନୁହେଁ, ଦେଶ ଆମ ପାଇଁ ପ୍ରାଥମିକତା, ଆଗାମୀ 3 ବର୍ଷ ଭିତରେ ଭାରତ ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି । 9 ବର୍ଷ ଭିତରେ 11ତମ ସ୍ଥାନରୁ ଅର୍ଥନୀତିକୁ ପଞ୍ଚମ ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି ମୋଦି ସରକାର । 2014, 2019ଠାରୁ ଏବେ ଓଡ଼ିଶା ସମେତ ସାରା ଦେଶରେ ଲୋକଙ୍କ ଉତ୍ସାହ ବଢିଛି ।  ପ୍ରଧାନମନ୍ତ୍ରୀଙ୍କ 400 ପାର୍ ଲକ୍ଷ୍ୟ ପୂରଣ କରିବାକୁ ସଂକଳ୍ପ ନେବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ରାଜନାଥ ସିଂହ । 

ପୂର୍ବରୁ ୟୁପିଏ ସରକାର ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରୁଥିଲା । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପର କେବଳ ଶିଳାନ୍ୟାସ ହେଉଥିଲା, ହେଲେ ଉଦ୍‌ଘାଟନ ହେଉନଥିଲା । କିନ୍ତୁ ବିଜେପି ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ । ଏକଥା ଦେଶବାସୀଙ୍କୁ ଅଛପା ନାହିଁ । ୟୁପିଏ ସରକାର 10 ବର୍ଷରେ ଓଡ଼ିଶାକୁ 3 ଲକ୍ଷ କୋଟି ଦେଇଥିଲା । 9 ବର୍ଷରେ ମୋଦି ସରକାର ଓଡ଼ିଶାକୁ 18 ଲକ୍ଷ କୋଟି ଦେଇଛନ୍ତି । 

ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିହାତି ଦରକାର। କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମକୁ ସଫଳତା ମିଳିବ। ଏଠାରେ ବି ଡବଲ ଇଞ୍ଜନ ସରକାର କରିବୁ ବୋଲି ଦାବି କରିଛନ୍ତି ରାଜନାଥ । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଥମେ ନବରଙ୍ଗପୁରରେ ଲୋକସଭା ଓ ବିଧାନସଭାସ୍ତରୀୟ ନିର୍ବାଚନୀ ବୈଠକରେ ସାମିଲ୍ ହେବା ପରେ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହାପରେ ଅପରାହ୍ନରେ ବାରିପଦା ଛଉ ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେଇ କର୍ମୀଙ୍କ ମନୋବଳ ବଢାଇଛନ୍ତି ରାଜନାଥ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The government called for | Argus News