କାଗଜ କଲମରେ ବିଜୁଳି ଦେଇ ଆଦିବାସୀଙ୍କୁ ଠକି ଦେଲେ ସରକାର

ଅର୍ଗସ ବ୍ୟୁରୋ: ଓଡିଶାର ସବୁ ରାଜସ୍ୱ ଗାଁକୁ ବିଜୁଳି ଯାଇଛି। କେନ୍ଦ୍ର ସରକାରଙ୍କୁ ଏ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର। ସୌଭାଗ୍ୟ ପୋର୍ଟାଲର ଏ ତଥ୍ୟ କହୁଛି ରାଜ୍ୟର ସବୁ ଗାଁରେ ବିଜୁଳି ପହଁଞ୍ଚିଛି। ହେଲେ ବାସ୍ତବତା କଣ ଦେଖନ୍ତୁ । କୋରାପୁଟ ନାରାୟଣପାଟଣା ବ୍ଲକର ବିଜା ପାହାଡ ଉପରେ ଥିବା ଡୁମରୀପଦର ଗାଁ। 85 ପରିବାର ରହୁଥିବା ଏ ଗାଁରେ ନାହିଁ ବିଜୁଳି। ନା ପଡିଛି ଖୁଣ୍ଟ ନା ଟଣା ହୋଇଛି ତାର। ଅନ୍ଧାରରେ କଟୁଛି ଲୋକଙ୍କ ଜୀବନ। ସଂନ୍ଧ୍ୟା ଆସିବା ପୂର୍ବରୁ ଲୋକେ କାମ ଦାମ ସାରି ତାଟି କବାଟ ପକାଇ ଦେଉଛନ୍ତି। ବିଜୁଳି ନ ଥିବାରୁ ପିଲାଙ୍କ ପାଠ ପଢାଠପ। କିନ୍ତୁ ସରକାରଙ୍କ ହିସାବରେ ଏ ଗାଁକୁ ବିଜୁଳି ଯାଇଛି ।
କେବଳ ଡୁମରୀ ପଦର ଗାଁ ନୁହେଁ , ତେନୁଳିପଦର ପଞ୍ଚାୟତର ପିଣ୍ଡାମାଳି, ଟାଙ୍ଗିଣିପଦର, କମଳାପଦର, ମାଝିଆମ୍ଭ, ତଳ ରଙ୍ଗପାଣି ସମେତ 10 ଗାଁରେ ବିଜୁଳି ନାହିଁ ।ସେହପିର ବିଜାଘାଟି ପଞ୍ଚାୟତର ତୁର୍ଲୀ, ଆମ୍ବଗୁଡା, ରଙ୍ଗଝଡି ସମେତ 6 ଗାଁରେ ବି ବିଜୁଳି ନାହିଁ।ହେଲେ 2019 ମାର୍ଚ୍ଚ ମଧ୍ୟରେ ଏସବୁ ରାଜସ୍ବ ଗାଁ ସହ ପୁରା ଓଡିଶାର ସବୁ ଗାଁରେ ବିଜୁଳି ପହଁଞ୍ଚିଯାଇଥିବା କେନ୍ଦ୍ରକୁ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର।
2017ରେ ଆରମ୍ଭ ହୋଇଥିଲା ସୌଭାଗ୍ୟ ଯୋଜନା। ବିଜୁଳି ଯାଇ ନଥିବା ରାଜସ୍ବ ଗାଁକୁ ଏଥିରେ ବିଜୁଳି ସଂଯୋଗ କରିବାର ଉଦ୍ଦେଶ୍ୟ ଥିଲା । ଓଡିଶାକୁ ସୌଭାଗ୍ୟ ଯୋଜନାରେ ଆସିଛି 323 କୋଟି। 2017ରୁ 2019 ମଧ୍ୟରେ 24 ଲକ୍ଷ 52 ହଜାର 444 ପରିବାରକୁ ସୌଭାଗ୍ୟରେ ବିଜୁଳି ଯାଇଥିବା ରିପୋର୍ଟ ପହଁଞ୍ଚିଛି କେନ୍ଦ୍ର ସରକାରଙ୍କ ପାଖରେ। କାଗଜ କଲମରେ ବିଜୁଳି ଦେବା ।
📱 Get Argus News App
✨ବିଧାନସଭାରେ ଶକ୍ତି ମନ୍ତ୍ରୀ ଦେଇଥିବା ଉତ୍ତର କହୁଛି ସମଗ୍ର ରାଜ୍ୟର ୧୩ ହଜାର ୪୦୦ଟି ପଡ଼ା ଗ୍ରାମରେ ଏବେ ବି ବିଦ୍ୟୁତ ସେବା ପହଞ୍ଚିନି । ଅର୍ଥାତ ପଡା ଗାଁକୁ ଛାଡି ସବୁ ରାଜସ୍ବ ଗାଁକୁ ବିଜୁଳି ଯାଇଛି। ଯଦି ସବୁ ରାଜସ୍ବଗାଁରେ ବିଜୁଳି ଅଛି ତେବେ ନାରାୟଣପାଟଣା ବ୍ଲକର ତେନ୍ତୁଳିପଦର ଓ ବିଜଘାଟି ପଞ୍ଚାୟତର ଏ 16 ଗାଁରେ କାହଁକି ପହଁଞ୍ଚିନି ବିଜୁଳି? କେନ୍ଦ୍ରକୁ ମିଛି ରିପୋର୍ଟ ଦେଇ ସବୁ ଗାଁକୁ ବିଜୁଳି ପହଁଞ୍ଚାଇଥିବାର ମିଛ ପ୍ରଚାର କାହିଁକି। ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ଦାବି କରୁଥିବା ଓଡ଼ିଶାରେ ହଜାର ହଜାର ଲୋକ କାହିଁକି ଅନ୍ଧାରରେ ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
