Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ କମିଶନଙ୍କ ନିୟମ ମାନୁନାହାନ୍ତି ସରକାର ?

Odisha

ନିର୍ବାଚନ କମିଶନଙ୍କ ନିୟମ ମାନୁନାହାନ୍ତି ସରକାର ?

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନ କମିଶନଙ୍କ ନିୟମ ମାନୁନାହାନ୍ତି ସରକାର ?

ଅର୍ଗସ ବ୍ୟୁରୋ : ନିର୍ବାଚନ କମିଶନଙ୍କ ନିୟମ ମାନୁନାହାନ୍ତି ସରକାର ? ଯଦି ମାନୁଛନ୍ତି ତାହାଲେ ଏମିତି ବେନିୟମ କାମ କେମିତି କରୁଛନ୍ତି ? କାରଣ ବର୍ଷବର୍ଷ ହେଲାଣି ଗୋଟିଏ ଜାଗାରେ ଚାକିରି କରିଛନ୍ତି ବାବୁ । ହେଲେ ବଦଳି ହେଉନି । ଜଣେ କି ଦୁଇଜଣ ନୁହେଁ ବରଂ ଅନେକ ଅଧିକାରୀଙ୍କ ସମଦଶା । କିନ୍ତୁ ସରକାରଙ୍କ ଛତ୍ରଛାୟା ତଳେ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । 

ଜିଲ୍ଲାପାଳରୁ ମୁଖ୍ୟ ପ୍ରଶାସକ ଭାବେ ବଦଳି ହୋଇଥିବା ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳରୁ ଉନ୍ନୟନ ପ୍ରଶାସକ ଭାବେ ବଦଳି ହୋଇଥିବା ପ୍ରଦୀପ ସାହୁ, ଯୁଗ୍ମ ପ୍ରଶାସକ ଜ୍ୟୋତି ଶଙ୍କର ମହାପାତ୍ର, ଉପ ପ୍ରଶାସକ ଭବତାରଣ ସାହୁ, ଆଦି ବଦଳି ହୋଇଥିବା ବେଳେ ଏବେ ବି ଜିଲ୍ଲାର ବିଭିନ୍ନ ବିଭାଗରେ ୪ ରୁ ୫ ବର୍ଷ ଧରି କାମ କରି ଆସୁଛନ୍ତି ଅଧିକାରୀ । 

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ୫ ବର୍ଷ ମଧ୍ୟରେ ସଂସଦୀୟ କ୍ଷେତ୍ର ମଧ୍ୟରେ କାମ କରିଥିବା ସମସ୍ତ ଅଧିକାରୀ ଅଥବା ତିନିବର୍ଷରୁ ଉର୍ଦ୍ଧ୍ବ ସମୟ ଗୋଟିଏ ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଥିବା ଅଧିକାରୀ ମାନଙ୍କୁ ସଂସଦୀୟ କ୍ଷେତ୍ର ବାହାରକୁ ବଦଳି କରିବାର ନିୟମ ରହିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଏହାର ଖିଲାପ ହୋଇଥିବା ବେଳେ ବାରମ୍ବାର କଡା ନିର୍ଦ୍ଦେଶ ଦେବା ସହ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ । ଏସବୁ ସତ୍ତ୍ୱେ ପୁରୀରେ କୋଳି ଖାଇ ମଞ୍ଜି ପୋତିବା ଭଳି ଆସ୍ଥାନ ଜମାଇଛନ୍ତି ଅଧିକାରୀ ।  ପୁରୀରେ ଗତ ୨୦୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ମିଶ୍ର ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି । ୨୨ ଜୁଲାଇ ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ଦାୟିତ୍ଵ ନେଇଥିବା ପୁରୀ ସି ଡ଼ି ଏମ ଓ ପୁଣି ୮ ସେପ୍ଟେମ୍ବର ୨୦୨୨ ରୁ ସିଡିଏମ ଓ ଦାୟିତ୍ଵ ତୁଲାଇ ଆସୁଛନ୍ତି ।

ସେଇଭଳି ପୁରୀ ଡିଭିଜନାଲ ଲେବର କମିଶନର ଶିବ ଶଙ୍କର ମିଶ୍ର ମଧ୍ୟ ନିଜର କାର୍ଯ୍ୟକାଳ ପୁରା କରି ସାରିଥିବା ବେଳେ, ଏବେ ବି ପୁରୀରେ କାର୍ଯ୍ୟରତ ରହିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ପୁରୀ ମ୍ୟୁନିସିପାଲିଟି ଦୁର୍ନୀତିର ଗୋଟିଏ ପରେ ଗୋଟିଏ ପୋଲ ଅଡିଟ ବିଭାଗ ଖୋଲୁଥିବା ବେଳେ, ଦୀର୍ଘ ବର୍ଷ ଧରି ସହକାରୀ କାର୍ଯ୍ୟକାରୀ ଇଞ୍ଜିନିୟର ଦେବବ୍ରତ ଷଡ଼ଙ୍ଗୀ ପୁରୀରୁ ବଦଳି ନହେବା ସନ୍ଦେହ ସୃଷ୍ଟି କରିଛି । 

ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବି, ଏହି ମାଳମାଳ ଅଧିକାରୀଙ୍କୁ ଥଇଥାନ ନ କରି ନିର୍ବାଚନକୁ ନିୟନ୍ତ୍ରିତ କରିବା ସହ ନିର୍ବାଚନ ଫଣ୍ଡିଂ ପାଇଁ ଏମାନଙ୍କୁ ବ୍ୟବହାର କରାଯାଇପାରେ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ବିରୋଧୀ ଦଳ ।
 

Sponsored
The government has not obeyed the rules of the Election Commission? | Argus News