Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ

ଅର୍ଗସ ବ୍ୟୁରୋ:  କୋଲକାତା ଆରଜି କର୍ ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କଠୁ ସତ ଉଗାରିବ ସିବିଆଇ । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଛନ୍ତି ସନ୍ଦୀପ୍ । ମେଡିକାଲରେ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲେ । ସେପଟେ ଆର ଜି କର ମେଡ଼ିକାଲ କଲେଜ ଲଜ୍ଜାକୁ ନେଇ ଗୃହରେ ନିନ୍ଦା କରାଯାଇଥିଲା । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟେ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି । ଏହି ଟ୍ୟାକ୍ସ ଫୋର୍ସ କାର୍ଯ୍ୟରତ ଡାକ୍ତରମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେବେ ।

ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ।  ଯାହାକୁ ଦୃଷ୍ଟିରେ ରଖି ସବୁ ମେଡ଼ିକାଲ କଲେଜ ରେ ଗୋଟେ ଗୋଟେ ପୋଲିସ ଆଉଟ ପୋଷ୍ଟ ଖୋଲାଯିବ ବୋଲି  ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ବିବୃତି ରଖିଛନ୍ତି । ଏଥିସହ ସମ୍ବଲପୁରରେ ଦ୍ବିତୀୟ ଏମ୍ସ ଖୋଲାଯିବ । ଏଥିପାଇଁ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ । ରାଜ୍ୟରେ ବର୍ତ୍ତମାନ ୫୬୦୦ ଡାକ୍ତରୀ ପଦବୀ ଖାଲିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government is committed to the safety of all practicing doctors | Argus News