ଚାଷ କରି ଲକ୍ଷାଧିକ ଟଙ୍କା କ୍ଷତି ସହିଲେ ଚାଷୀ, ଗୁହାରି କଲେ ବି ଚାଷୀଙ୍କୁ ଅଣଦେଖା କରୁଛନ୍ତି ସରକାର
·2 years ago·1 min read

ଅର୍ଗସ ବ୍ୟୁରୋ: ସୁନା ଫସଲରେ ଲାଗି ଯାଇଛି ନିଆଁ । ପାଣି ଅଭାବରୁ ଫସଲ ନଷ୍ଟ। ଲକ୍ଷାଧିଜ ଟଙ୍କା କ୍ଷତି ସହିଲେ ଚାଷୀ।ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ଗାଁ ର କୋଡିଏ ଏକର ଜମିରେ କରାଯାଇଥିବା ପନିପରିବା ଏବେ ପାଣି ନଥିବା ହେତୁ ନଷ୍ଟହୋଇଯାଇଛି। ସରକାର ଚାଷୀଙ୍କୁ ଆଶା ଦେଖାଇ ଧୋକା ଦେଇଥିବା କହିଛନ୍ତି ସ୍ଥାନୀୟ ଚାଷୀ।
ଲକ୍ଷାଧୀକ ଟଙ୍କାର ଫସଲ ନଷ୍ଟ ହେବା ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ । ସେପଟେ ଚାଷୀଙ୍କୁ ଅଣଦେଖା କରିବା କଥାକୁ ନେଇ ଦୃଢ଼ନିନ୍ଦା କରିଛନ୍ତି ସ୍ଥାନୀୟ ଚାଷୀ,ବାରମ୍ବାର ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲେ ସୁଧା କେହି କର୍ଣ୍ଣ ପାତ କରୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି କିନ୍ତୁ ଦାଇତ୍ୱବୋଧତା ଅଭାବରୁ ଏଭଳି ଅନେକ ଯୋଜନା ଅଧାପନ୍ତରିଆ ହୋଇ ପଡି ରହୁଛି ଏବଂ ଲୋକଙ୍କୁ କ୍ଷତିସହିବାକୁ ପଡୁଛି ତେବେ ସରକାର ପ୍ରଥମେ ସଚେତନ ହେବା ଆବଶ୍ୟକ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: