ମାମଲା ଚାପିଦେବାକୁ ନୁହେଁ ନ୍ୟାୟ ଦେବାକୁ ତତ୍ପର ସରକାର

Key Points
. ୨୪ ବର୍ଷ ବନାମ ୧୦୦ ଦିନ
. ମହିଳା ଉତ୍ପୀଡ଼ନ ମାମଲାରେ ବଦଳିଛି ଆଭିମୁଖ୍ୟ
. ସମ୍ବେଦନଶୀଳ ମାମଲାରେ ହେଉଛି ତୁରନ୍ତ ଆକ୍ସନ
. ମାମଲା ଚାପିଦେବାକୁ ନୁହେଁ ନ୍ୟାୟ ଦେବାକୁ ତତ୍ପର ସରକାର
. ବିଜେଡି ଶାସନରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିଲା ମହିଳା ସମ୍ମାନ
. ଆଇନ ତା ବାଟରେ ଯିବ କହି ଚୁପ୍ ବସୁଥିଲେ ନବୀନ ଓ ତାଙ୍କ ସରକାର
. କାର୍ଯ୍ୟାନୁଷ୍ଠାନ ଦୂରର କଥା ପୀଡ଼ିତ ପରିବାରକୁ ଥରେ ବି ଭେଟିନଥିଲେ ବିଜେଡି ନେତା କି ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 7 ତାରିଖ। ଢେଙ୍କାନାଳ ଭାପୁର କମ୍ୟୁନିଟି ସେଣ୍ଟରରେ ଆଶ୍ରୟ ନେଇଥିବା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମର ଅଭିଯୋଗ ଆସିଲା । ତୁରନ୍ତ ଆକ୍ସନ୍ ମୋଡକୁ ଆସିଲେ ରାଜ୍ୟ ସରକାର । ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୁଇ ଦିନ ଭିତରେ ଗିରଫ ହେଲେ ସମସ୍ତ 7 ଜଣ ଅଭିଯୋଗ।
17 ସେପ୍ଟେମ୍ବର। ନବରଂଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ସଦର ପଂଚାୟତ ସରକାରୀ ହାଇସ୍କୁଲ ନିକଟରୁ ଉଦ୍ଧାର ହେଲା ନାବାଳିକାଙ୍କ କ୍ଷତାକ୍ତ ମୃତଦେହ। ଦୁଷ୍କର୍ମ ପରେ ହତ୍ୟା ନେଇ ଆସିଲା ଅଭିଯୋଗ। ତଦନ୍ତ କରୁଛି ନବରଂଗପୁର ପୋଲିସ ସହ ସାଇଣ୍ଟିଫିକ ଟିମ୍। ଘଟଣା ଦିନ ରାତିରେ ନାବାଳିକାଙ୍କ ଘରକୁ ଯାଇଥିଲେ ସ୍ଥାନୀୟ ବିଜେପି ବିଧାୟକ ଗୌରୀଶଙ୍କର ମାଝୀ। ପୁଣି ଦିନକ ତଳେ ମୃତ ନାବାଳିକାର ପରିବାରକୁ ଭେଟିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଆଉ ଏବେ ଭରତପୁର ଥାନାରେ ସେନା ମେଜର ଓ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ମାମଲା। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ଏମସରେ ଚିକିତ୍ସାଧୀନ ଯୁବତୀଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି। ଘଟଣାରେ 5 ଜଣ ପୋଲିସ ସସପେଣ୍ଡ ହୋଇଥିବାବେଳେ 7 ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି।
ରାଜ୍ୟରେ ମହିଳା ସମ୍ମାନ ଓ ମହିଳାଙ୍କୁ ନ୍ୟାୟ ପ୍ରସଙ୍ଗରେ ସାମ୍ନାକୁ ଆସିଛି 2ଟି ଚିତ୍ର। ଗୋଟିଏ ପଟେ 24 ବର୍ଷର ଗଲା ବିଜେଡି ସରକାର ଆଉ ଏବେର ମାତ୍ର 100 ଦିନର ବିଜେପି ସରକାର । ମହିଳା ଉତ୍ପୀଡ଼ନ ମାମଲାରେ ବଦଳିଛି ଆଭିମୁଖ୍ୟ। ସମ୍ବେଦନଶୀଳ ମାମଲାରେ ହେଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ବିଜେପି ସରକାର ନେଉଛନ୍ତି ତୁରନ୍ତ ଆକ୍ସନ। ଅନ୍ୟପଟେ 24 ବର୍ଷର ନବୀନ ସରକାର ଅରପରାଧୀଙ୍କୁ ଦଣ୍ଡ ଦେବେ କଣ ଓଲଟା ସେମାନଙ୍କୁ ସୁରକ୍ଷା ଦେବାର ଆସିଛି ସାଂଘାତିକ ଅଭିଯୋଗ। ବର୍ଷ ବର୍ଷ ପରେ ଏବେ ବି ନ୍ୟାୟ ଅପେକ୍ଷାରେ କୁନ୍ଦୁଲି, ଟିକିରି ଓ ପିପିଲି ପିଡିତା । କେହି ଗିରଫ ହେଲେନାହିଁ, ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯିଏ ଗିରଫ ହେଲେ ସେମାନେ ଖଲାସ ହୋଇଗଲେ। ସେହିଭଳି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ସ୍ମିତାରାଣୀ, ପରୀ, ମମିତା ଓ ଲକ୍ଷ୍ମୀ ମାଝୀଙ୍କ ପରିବାର । ଏହାକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି।
📱 Get Argus News App
✨ମହିଳା ସମ୍ମାନ ନୁହେଁ 24 ବର୍ଷର ବିଜେଡି ଶାସନରେ ବାରମ୍ବାର ଭୂଲୁଣ୍ଠିତ ହୋଇଥିଲା ମହିଳାଙ୍କ ସମ୍ମାନ । ଆଇନ ତା ବାଟରେ ଯିବ କହି ଚୁପ୍ ବସୁଥିଲେ ନବୀନ ଓ ତାଙ୍କ ସରକାର। କାର୍ଯ୍ୟାନୁଷ୍ଠାନ ଦୂରର କଥା ପୀଡ଼ିତ ପରିବାରକୁ ଥରେ ବି ଭେଟିନଥିଲେ ବିଜେଡି ନେତା କି ମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର...