କଟକର ଇତିହାସକୁ ବଦଳେଇବା ଚକ୍କରରେ ସରକାର

ଅର୍ଗସ ବ୍ୟୁରୋ: କଟକର ଇତିହାସ ଛତ୍ରବଜାରରୁ ଆରମ୍ଭ ନଅଙ୍କ ଦୁର୍ଭିକ୍ଷ ସମୟରେ ସେଠି ହିଁ ଲୋକଙ୍କୁ ଖାଇବାକୁ ଦେବାପାଇଁ ସେତେବେଳର ବ୍ରିଟିଶ ସରକାର ଅନ୍ନଛତ୍ର ଖୋଲିଥିବା କଟକର କିଛି ପୁରୁଖା ଲୋକ କୁହନ୍ତି।
ବହୁ ବର୍ଷ ଆଗରୁ ସେଠି ବେପାର ଜମିସାରିଥିଲା ଛତ୍ରବଜ଼ାର ପରେ ସେଠି ମାଲଗୋଦାମ ଗଢିଉଠିଲା। ପରେ ଓଡିଶା ଇତିହାସର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରେଭେନ୍ସା ତେବେ କଟକ ଓ କଟକିଆଙ୍କ ଇତିହାସ ର ମୁକସାକ୍ଷୀ ଛତ୍ରବଜାର ଯାହାକୁ ବିଜେଡି ସରକାର ନିଶ୍ଚିହ୍ନ କରିବାକୁ ବସିଛି।
ଆଜି ନୂଆ ଅର୍ବାନ ହାଟକୁ ନେଇ ଛତ୍ରାବଜରର ବ୍ୟବସାୟୀ ଓ CMC ର ଏନଫୋର୍ସମେଣ୍ଟ ଟିମ ମୁହଁ ମୁହିଁ ହୋଇଛନ୍ତି। ନୂଆ ଅର୍ବାନ ହାଟରେ ପରିଶ୍ରା କି ପିଇବା ପାଣିର ଭଲ ସୁବିଧା ନାହିଁ । ଗରାଖଙ୍କ ଭିଡ ଜମୁନି । ବେପାର ହଉନି। ମୂଳ ଉଠୁନି ଘର ଚାଲିବ କେମିତି । ପିଣ୍ଡିରେ ଆଗରେ ବସୁଥିବା ବେପାରୀଙ୍କ କିଛି କିଛି ବେପାର ଜମୁଛି
ପଛ ବେପାରୀ ମାନେ ହତାଶ । କିନ୍ତୁ ପୁରୁଣା ଛତ୍ରବଜାରର ବେପାର ଢାଞ୍ଚାକୁ ରାଜ୍ୟର ବିଜେଡି ସରକାର ବୁଝିବାରେ ବିଫଳ । ନବୀନ ଓଡିଶାରେ ନିର୍ଣ୍ଣୟ ନେଉଥିବା ବାବୁଙ୍କ ଓଡିଶା ଓ କଟକର ଇତିହାସ ବିଷୟରେ ଜ୍ଞାନ ଘର ଶୂନ।
ପୁରୁଣା ବେପାର ନୀତି ନିୟମକୁ ଯଦି ଠିକ ରୂପେ ପରିବର୍ତ୍ତନ ନ କରାଯାଏ ଓ ପୁରୁଣା ନିୟମକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ନିଜ ଇଛାକୁ ଜାହିର କରିବା ପାଇଁ ଯଦି ଅର୍ବାନ ହାଟ ଭଳି ପିଣ୍ଡି ଗଢି ଛତ୍ରବଜାରର ପୁରୁଣା ନିୟମକୁ ବଦଳାଇବାକୁ ଚେଷ୍ଠା କରାଯାଏ ତେବେ ପରିସ୍ଥିତି ଠିକ ଏ ଭଳି ହୋଇପାରେ। ଛତ୍ରବଜାରରେ ବନ୍ଦ। ଅସୁବିଧା ଓଡିଶା ଭୋଗିବ। ଆସୁଥିବା ନିର୍ଵାଚନ ଉପରେ ୟାର ପ୍ରଭାବ ପଡିବ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର