Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପିଡୀତାଙ୍କର ନୁହେଁ ବିଜେଡି ନେତାଙ୍କ ସୁରକ୍ଷାରେ ସରକାର

Odisha

ପିଡୀତାଙ୍କର ନୁହେଁ ବିଜେଡି ନେତାଙ୍କ ସୁରକ୍ଷାରେ ସରକାର

Manini Pattanayak
Browse all articles by Manini Pattanayak
·2 years ago·1 min read
ପିଡୀତାଙ୍କର ନୁହେଁ ବିଜେଡି ନେତାଙ୍କ ସୁରକ୍ଷାରେ ସରକାର

ଭୁବନେଶ୍ୱର:  ଆଦିବାସୀ ଦିବ୍ୟାଙ୍ଗ ଯୁବତୀକୁ ହତ୍ୟା କରିଥିବା ଜହ୍ଲାଦ କିଏ, କାହା ଇସାରାରେ ହୋଇଛି ଲକ୍ଷ୍ମୀ ମାଝୀଙ୍କ ମର୍ଡର, ଘଟଣାର 27 ଦିନ ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଖାଲି ଏଇ ଘଟଣା ନୁହେଁ, ହାଇପ୍ରୋଫାଇଲ୍ ମହିଳା ନିର୍ଯାତନା ଓ ମହିଳା ହିଂସା ମାମଲାରେ ଚୁପ୍ ପୋଲିସ । ନାୟଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆସିଲା। କ୍ରାଇମବ୍ରାଞ୍ଚ ଦେଲା କ୍ଲିନ ଚିଟ୍। କୁନ୍ଦୁଲି, ପିପିଲି, ଟିକିରି ଘଟଣାରେ ବି ଫଳ ଶୂନ୍ । ବିଜେଡି ବିଧାୟକ ସମୀର ଦାସ ଓ ଶ୍ରୀକାନ୍ତ ସାହୁଙ୍କ ନାଁରେ ବି ଅଭିଯୋଗ ପରେ ବି ତଦନ୍ତ ପରିସରକୁ ନେଲାନାହିଁ କମିଶନରେଟ୍ ପୋଲିସ।  

ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କୁ ହତ୍ୟା କରି ପୋତିଦେଲେ। ସନ୍ଦେହଘେରକୁ ଆସିଲେ ସେତେବେଳର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ହେଲେ ତଦନ୍ତ ପରିସରକୁ ବି ଆସିଲେନି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଗୋବିନ୍ଦ ସାହୁର କଣ୍ଟାବାଞ୍ଛି ଜେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହେଲା। ତଦନ୍ତ କଲା କ୍ରାଇମବ୍ରାଞ୍ଚ, ହେଲେ ରହସ୍ୟରୁ ହଟିଲାନି ପରଦା । ମମିତା ମେହେରଙ୍କ ମା ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।  ସେପଟେ ମମିତା ମେହେର ଓ ମହିଳା ହିଂସା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। 
 ବିଧାନସଭାର ତଥ୍ୟ ବି ଖୋଲିଦେଇଛି କ୍ରାଇମବ୍ରାଞ୍ଚର ପାରିବାପଣିଆର ପୋଲ୍। ଗତ 9 ବର୍ଷରେ ମୋଟ୍ 189ଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତା ଭିତରୁ ମାତ୍ର 38ଟି କେସରେ ହୋଇଛି ଫାଇନାଲ୍ ରିପୋର୍ଟ। ଅପରାଧୀଙ୍କୁ ଘଣ୍ଟ ଘୋଡାଉଥବାରୁ ଓଡ଼ିଶାରେ ମହିଳା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ମାତ୍ର 9.2 ପ୍ରତିଶତ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government is protecting the BJD leaders, not the victims | Argus News