Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କହି କହି ପାଟି ଥକିଲାଣି, ଧାଇଁ ଧାଇଁ ପାଦ ନୟାନ୍ତ ହେଲାଣି

Banajyotshna Ray
Browse all articles by Banajyotshna Ray
·2 years ago·2 min read
କହି କହି ପାଟି ଥକିଲାଣି, ଧାଇଁ ଧାଇଁ ପାଦ ନୟାନ୍ତ ହେଲାଣି

ଅର୍ଗସ ବ୍ୟୁରୋ: ଆଖି ଯେଉଁଆଡେ ପହଞ୍ଚିବ ଲୋକଙ୍କ କଷ୍ଟ ହିଁ ନଜରରେ ପଡିବ। କେତେ ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି । କିଏ ଖୋଲା ଆକାଶ ତଳେ ତ କିଏ ଶୌଚାଳୟରେ ଆଉ କିଏ ପଲିଥିନି କୁଡିଆ ତଳେ ଜୀବନ କାଟୁଛନ୍ତି । ଦୀର୍ଘ ବର୍ଷ ବିଜେଡି ସରକାରକୁ ଭରସାର ପରିଣାମ ଭୋଗୁଛନ୍ତି ରେଢାଖୋଲ ନିର୍ବାଚନ ମଣ୍ଡଳୀ ନାକଟିଦେଉଳ ବ୍ଲକର ଭାଲୁଗାଡିଆ ଗ୍ରାମବାସୀ । ଘର କାନ୍ଥ ଭାଙ୍ଗି ଯାଇଛି, ମୁଣ୍ଡ ଉପରେ ଛାତ ନାହିଁ । ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖି ମଣିଷ କେମିତି ଦୁଃଖରେ ପ୍ରତି ମୂହୂର୍ତ୍ତ ସଂଘର୍ଷ କରୁଛି । ସେଇଠି ଖାଇବା, ସେଇଠି ଶୋଇବା, ସେଇଠି ବସିବା ସବୁ କିଛି ।. ଆଉ ଯଦି ବର୍ଷା ହେଲା ତାହେଲେ କଥା ସରିଲା । ଗଛ ତଳେ, ପର ବାରଣ୍ଡାରେ ଆଶ୍ରୟ ନେବା ଛଡା ବାଟ ନାହିଁ ।

ଏହି ଗାଁରେ ଅଧିକାଂଶ ଲୋକଙ୍କ ପାଖେ ଭଲ ଘର ଖଣ୍ଡିଏ ନଥିବାବେଳେ ଅନେକଙ୍କ ଜାଗା ବି ନାହିଁ। ଖାଲି ସେତିକି ନୁହେଁ, ରାସ୍ତା, ପାଣି ସମସ୍ୟାରେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି 20 ପରିବାର । ବ୍ଲକ କାର୍ଯ୍ୟାଳୟକୁ ଅନେକ ଥର ଯାଇଛନ୍ତି ନିଜ ଦୁଃଖ ଜଣାଇବାକୁ ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ।ଦୀର୍ଘ ବର୍ଷ ହେଲା ଭୋଟ୍ ଦେବା ପରେ ବିଜେଡି ସରକାର ଯଦି କଷ୍ଟ ଦୂର କରିପାରୁନି, ତାହେଲେ ତାକୁ କାହିଁକି ଆଉ ଭୋଟ୍ ଦେବୁ ବୋଲି କହିଛନ୍ତି ଗ୍ରାମବାସୀ । ବିକାଶ ନାଁରେ ମିଛ ଡିଣ୍ଡିମ ପିଟୁଛି ନବୀନ ସରକାର। ହେଲେ ଗ୍ରାଉଣ୍ଡର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସମସ୍ୟା ଭିତରେ ଜର୍ଜରିତ ଜୀବନ । ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ନାଁରେ ଖାଲି ମିଳୁଛି ମିଥ୍ୟ ପ୍ରତିଶ୍ରୁତି । ଯାହାକୁ ନେଇ ଲୋକଙ୍କ ମନରେ ଜଳୁଛି କ୍ରୋଧର ନିଆଁ । ଆଉ କେତେଦିନ ସହିବେ ଯନ୍ତ୍ରଣା ? । ଏଥର ଭୋଟରେ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ ଗ୍ରାମବାସୀଙ୍କ ଚେତାବନୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government is unable to provide a roof over our heads | Argus News