ବେଆଇନ ମଦ ବିରୋଧରେ ଚାଲିଛି ସରକାରୀ ଯୁଦ୍ଧ

Key Points
- ଦିନକୁ 100 ପାର
- ମାସେ ନ ପୁରୁଣୁ 3000 ଅନ୍ଦର
- ବେଆଇନ ମଦ ବିରୋଧରେ ଚାଲିଛି ସରକାରୀ ଯୁଦ୍ଧ
- ବିଜେଡିର ନାରା ଥିଲା ମହିଳା ସମ୍ମାନ
- କିନ୍ତୁ ହାତରେ ଠେଙ୍କା ବାଡି ଧରି ମହିଳା ଭାଙ୍ଗୁଥିଲେ ମଦ ଦୋକାନ
- ସରକାର ଶୋଇଥିଲେ ନିଦରେ
- ଏବେ ମହିଳା ନିଶ୍ଚିନ୍ତରେ
- ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗୁଛନ୍ତି ମୋହନ ସରକାର
ଅର୍ଗସ ବ୍ୟୁରୋ : ବଦଳିଲା ମଦ ନୀତି..ଧାର୍ମିକ- ସାମାଜିକ - ସାଂସ୍କୃତିକ ଅନୁଷ୍ଠାନର 5 କିଲୋମିଟର ଭିତରେଖୋଲିବ ନି ମଦ ଦୋକାନ...ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍। ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ସମେତ ରାଜ୍ୟର କୌଣସି ବେଳାଭୂମିରେ ମଦ କ୍ୟାବିନ୍ ଖୋଲିବ ନାହିଁ। ଆଜି ରାଜ୍ୟ ସରକାର ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସେହିପରି ରାଜ୍ୟର ଅନ୍ୟ ଧର୍ମ ଅନୁଷ୍ଠାନର 5 କିମି ପରିଧିରେ ମଧ୍ୟ ମଦ ଦୋକାନ ଖୋଲିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଏପଟେ ଜୋର ଦାର ହୋଇଛି ବେଆଇନ ମଦ ଭାଟି ଉପରେ ମୋହନ ସରକାରଙ୍କ ଚଢାଉ.. ସେ ଦେଶୀ ହେଉକି ବିଦେଶୀ.. 20 ତାରିଖରୁ ଆରମ୍ଭ ହୋଇଥିବା ମଦ ବିରୋଧୀ ଅଭିଯାନକୁ ନେଇ ମାଫିଆଙ୍କ ମନରେ ସୃଷ୍ଟି ହେଲାଣି କୋକୁଆ ଭୟ... ବାସୁଦେବପୁରରୁ ବ୍ରହ୍ମୁପର... ଆସ୍କାରୁ ମୋରଡା... ସବୁଠି ବେଆଇନ ମଦ ଭାଟି ଉପରେ ଜୋରଦାର ରେଡ
ଅଧିକ ପଢନ୍ତୁ : କୌଣସି ରାଜ୍ୟର ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍
📱 Get Argus News App
✨ ଏ ହେଉଛି ବ୍ରହ୍ମପୁରର ନକଲି ବିଦେଶୀ ମଦ କାରଖାନା .. ରାସ୍ତାରେ ଗାଡି ଯାଞ୍ଚ ବେଳେ ଏ କାରରୁ ବାହାରିଥିଲା 20 ପେଟି ବିଦେଶୀ ମଦ.. ଡ୍ରାଇଭରକୁ ପଚରା ଉଚରା କରିବା ପରେ ଶ୍ରୀକ୍ଷେତ୍ର ବିହାରରେ ଚାଲୁଥିବା ନକଲି ବିଦେଶୀ ମଦ କାରଖାନାରେ ପହଁଞ୍ଚିଥିଲା ପୋଲିସ । 24 ବର୍ଷ ଶାସନରେ ହଜାର ହଜାର ବେଆଇନ ମଦ ଭାଟି ଖୋଲି ବିଜେଡି ନେତାଙ୍କ ହାଚପାଣ୍ଠିକୁ ମଜବୁତ କରୁଥିଲେ ମଦ ମାଫିଆ...ସରକାର ସବୁ ଜାଣି ଚୁପ ଥିଲେ ... ସେତେବେଳେ ମଦ ଭାଟି ଭାଙ୍ଗିବା ପାଇଁ ଅଣ୍ଟା ଭିଡିଥିଲେ ମହିଳା... ଏବେ ବେଆଇନ ମଦ ବିରୋଧରେ ବଡ ଅଭିଯାନ ଆରମ୍ଭ କରିଛନ୍ତି ମୋହନ ସରକାର.. ରାଜଧାନୀର ଛାତି ଉପରେ ସାଲିଆ ସାହିରେ ଦେଶୀ ମଦ କାରବାରରୁ ଧ୍ବସଂ କରିବା ପାଇଁ ଚାଲିଥିଲା ବୁଲଡୋଜର...ପୁରା ରାଜ୍ୟରୁ ବେଆଇନ ମଦର ନେଟୱାର୍କକୁ ଭାଙ୍ଗିବା ପର୍ଯ୍ୟନ୍ତ ରେଡ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ ମନ୍ତ୍ରୀ
ଅଗଷ୍ଟ 20ରୁ ଆରମ୍ଭ ହୋଇଥିବା ବେଆଇନ ମଦ ବିରୋଧୀ ଅଭିଯାନରେ ଏବେ ସୁଦ୍ଦା 5232 ଟି ମାମଲା ରୁଜ କରି 2906 ଜଣଙ୍କୁ ଜେଲ ପଠାଇଳାଣି..2066 ଟି ସ୍ଥାନରେ ଚଢାଉରେ 2,60 ହଜାର ଲିଟ ମଦ ଜବତ ସହ 267 ଟି ଗାଡି ବି ଜବତ ହେଲାଣି ।