Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲଙ୍କ ରାଜୁତି ! 

Manini Pattanayak
Browse all articles by Manini Pattanayak
·1 year ago·2 min read
 ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲଙ୍କ ରାଜୁତି ! 

ବାଲେଶ୍ୱର:   ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲଙ୍କ ରାଜୁତି  । ଜବ କାର୍ଡ ଖଣ୍ଡେ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି । ଶୋଷଣର ଶିକାର ହେଉଛନ୍ତି ଶ୍ରମିକ ଓ ସାଧାରଣ ଜନତା । ବିନା ଲାଞ୍ଚରେ ମିଳୁନି ବିବାହ କିମ୍ବା ମୃତ୍ୟୁକାଳୀନ ସହାୟତା । ଅଫିସ୍ ସମୟରେ ଭୋଜିଭାତରେ ମାତିଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟ ବାହାରେ ଚାଲିଛି ଦଲାଲଙ୍କର ଦାଦାଗିରି ।  ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପାଲଟିଛି ଦଲାଲାଙ୍କ ସ୍ବର୍ଗ ଆଉ ଶ୍ରମିକ ହେଉଛନ୍ତି ଶୋଷଣର ଶିକାର। ଜବକାର୍ଡ ହେଉ କି ବିବାହ କିମ୍ବା ମୃତ୍ୟୁ କାଳିନ ସହାୟତା।

ଅଭିଯୋଗ ଦଲାଲଙ୍କୁ ନଧରିଲେ ଏଠାରେ କୌଣସି କାମ ହୋଇପାରିବ ନାହିଁ। ଦଲାଲଙ୍କ ମାଧ୍ୟମରେ ଗଲେ ୨ ଦିନ ଭିତରେ ହୋଇଯାଉଛି କାମ।  କିନ୍ତୁ ସିଧାସିଧା ଆବେଦନ କଲେ ବର୍ଷ ବର୍ଷ କରିବାକୁପଡୁଛି ଅପେକ୍ଷା। କିନ୍ତୁ ଶ୍ରମଅଧିକାରୀ କହୁଛନ୍ତି ସବୁ କିଛି ଠିକ୍‌  ଚାଲିଛି।  ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସହାୟକ ଅର୍ଥରାଶୀ ଘୋଷଣା କରାଯାଇଛି। ହେଲେ ଶ୍ରମ କାର୍ଯ୍ୟାଳୟ ପରିସର ଭିତରେ ଦଲାଲ ମାନେ ପଶି ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ପ୍ରତ୍ୟକ ଦିନ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି। ବିବାହ ସହାୟତା ରାଶି କରାଇଦେଲେ ୫ହଜାର ଟଙ୍କା ଓ ମୃତ୍ୟୁକାଳିନ ସହାୟତା ରାଶି ୨୦ହଜାର ଟଙ୍କା ଦାଲାଲ ମାନେ ଶ୍ରମିକ ମାନଙ୍କ ନିକଟରୁ ଡିମାଣ୍ଡ କରୁଛନ୍ତି । ଶ୍ରମିକ ଜଣକ ବାରମ୍ବାର ଅଫିସ କୁ ଫେରିବା ପରେ ବାଧ୍ୟ ହୋଇ ଦଲାଲ ମାଧ୍ୟମରେ ଲୁଟର ଶୀକାର ହେଉଛନ୍ତି। 

 ୨୦୨୦ ମସିହାରୁ ଲୋକେ ଜବ କାର୍ଡ ପାଇଁ ଆବେଦନ କରିଥିଲେ ବି ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମିଳିନାହି। ବାହାନଗା ଅଞ୍ଚଳର ବସନ୍ତ ଘଡାଇ ଶିକ୍ଷା ସହାୟତା ପାଇଁ ୨୦୨୩ ମସିହାରୁ ଆବେଦନ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ମିଳିନି ଟଙ୍କା ଏପଟେ ଖରା ବର୍ଷାରେ ଘଣ୍ଟା ଧରି ଅପେକ୍ଷା କରି ହତାଶ ସାଧାରଣ ଜନତା ସେପଟେ ଅଫିସ ସମୟରେ ଭୋଜି ଭାତରେ ମାତିଛନ୍ତି ସରକାରୀ ବାବୁ ଓ କର୍ମଚାରୀ। ଆମ କ୍ୟାମେରାରେ କଏଦ ହୋଇଛି ତାର ପ୍ରମାଣ ତଥାପି ଶ୍ରମ ଅଧିକାରୀ ଏକଥା ମାନିବାକୁ ନାରାଜ।  ୨୪ ବର୍ଷ ବିଜେଡି ଶାସନରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ଓ ପିସି କାରବାରର ନୀତିରେ ପରିଣତ ହୋଇଛି। ଏହି ଦୁର୍ନୀତି ଖୋରଙ୍କୁ ଶାସ୍ତି ସହ ସାଧାରଣ ଜନତାଙ୍କ ପାଖରେ ଉଚିତ ସେବା ପହଞ୍ଚାଇବା ଏବେ ମୋହନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored