Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ଯୋଜନା ଅପହଞ୍ଚ, ଭଙ୍ଗା ଦଦରା ଘରେ କଟୁଛି ଦିନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସରକାରୀ ଯୋଜନା ଅପହଞ୍ଚ, ଭଙ୍ଗା ଦଦରା ଘରେ କଟୁଛି ଦିନ

ଅର୍ଗସ ବ୍ୟୁରୋ:  କୋରାପୁଟ ସେମିଲିଗୁଡା ବ୍ଲକ  ଅନ୍ତର୍ଗତ ସାଡାମ ପଞ୍ଚାୟତ ଅଧିନସ୍ଥ ମୁତାମଗୁଡା। ଗାଁକୁ ଯିବାକୁ ନାହିଁ ପକ୍କା ରାସ୍ତା। ରାସ୍ତା କହିଲେ ଖାଲ-ଢିପ ପଥୁରିଆ ଜଙ୍ଗଲ ରାସ୍ତା। ଯେଉଁଥିରେ ଯାତାୟାତ ବେଳେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି ଗ୍ରାମବାସୀ।  ଗୋଡି ମାଟି ଏବଂ ପଥୁରିଆ ରାସ୍ତାରେ ଗଲା ବେଳେ ପାଦେପାଦେ ରହିଛି ବିପଦ। ବର୍ଷର ଅନ୍ୟ ଦିନ ମାନଙ୍କରେ ଯେନତେନ କରି ଯିବା ଆସିବା ଲୋକେ କରୁଥିବା ବେଳେ ବର୍ଷାଦିନେ ଏକପ୍ରକାର ବାହ୍ୟଜଗତରୁ ବିଛିନ୍ନ ହୋଇଯାଆନ୍ତି ଏହି ଗ୍ରାମବାସୀ। ରାସ୍ତା ବିନା ଏକ ପ୍ରକାର ଅଭିଶପ୍ତ ଜୀବନ କାଟନ୍ତି ।

ପାହାଡ ଜଙ୍ଗଲ ଘେରା ଏହି ଗାଁରେ ମୌଳିକ ସୁବିଧା ନାହିଁ କହିଲେ ଚଳେ। ଗାଁରେ ନାହିଁ ନଳକୂପ। ବସୁଧା ଯୋଜନା ନାଁରେ ଏଠି ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଗାଁ ମଝିରେ ମଝିରେ ଷ୍ଟାଣ୍ଡ ପୋଷ୍ଟ ବି ଲାଗିଛି। ହେଲେ ହୋଇ ପାରୁନି ଜଳ ଯୋଗାଣ। ଫଳରେ ଏବେବି ଚୂଆ ପାଣି ଭରସାରେ ଅଞ୍ଚଳବାସୀ। ଗାଁ ଠାରୁ କିଛି ଦୂରରେ ଥିବା ଚୂଆରୁ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ। ଏହି ନାଳର ଗୋଳିଆ ପାଣି ପିଇ ରୋଗ ବ୍ୟପୁଥିବା ଅଭିଯୋଗ ହେଉଥିଲେବି ଏ ଯାଏଁ ପାଣି ସମସ୍ୟାର ସମାଧାନ କରିନି ପ୍ରଶାସନ।ନାହିଁ ନାହିଁର ଗାଁ ମୁତାମଗୁଡା। ଜଙ୍ଗଲ ପାହାଡ ଘେରା ଏହି ଗାଁକୁ ଦେଖିଲେ ବିକାଶର ବାସ୍ତବତା ସ୍ପଷ୍ଟ ହେଉଛି। ଗାଁରେ ରହିଛି ହାତ ଗଣତି କିଛି ଭଙ୍ଗାଦଦରା ଘର। ଯେଉଁଠି ଆଜିବି ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ମୁତାମଗୁଡାବାସୀ।

ସ୍ୱାଧୀନତାର ବହୁ ବର୍ଷ ପରେ ବି ସିମାନ୍ତରେ ଅପହଞ୍ଚ ମୌଳିକ ସୁବିଧା। ସିମାନ୍ତବାସୀ ବୋଲି ହେଉଛନ୍ତି ଅଣଦେଖାର ଶିକାର। ଯୋଜନା ଥାଇବି ସୀମାନ୍ତବାସୀଙ୍କୁ ମିଳୁନି ଏହାର ସୁବିଧା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The government plan is not available, the peoples are spent in dilapidated houses | Argus News