Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ, ହେଲେ ଶୋଷ ମେଣ୍ଟାଉଛି ଚୁଆ

Odisha

ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ, ହେଲେ ଶୋଷ ମେଣ୍ଟାଉଛି ଚୁଆ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ୱପ୍ନ,  ହେଲେ ଶୋଷ ମେଣ୍ଟାଉଛି ଚୁଆ

ଅର୍ଗସ ବ୍ୟୁରୋ: ପାଣି ପାଇଁ ହନ୍ତସନ୍ତ ନାହିଁ ନଳକୂପ, ଚୁଆ ହିଁ ଭରସା। ସରକାର ଦେଖାଇଲେ ଟ୍ୟାପ୍ ଜଳର ସ୍ବପ୍ନ । ହେଲେ  କରଡାବଣି ସାହି ବାସିନ୍ଦାଙ୍କ ଶୋଷ ମେଣ୍ଟାଉଛି ଚୁଆ। ଜଳକଷ୍ଟ ଭୋଗୁଛନ୍ତି ୧୫ ପରିବାର। ଏ ହେଉଛି ତେଲକୋଇ ବ୍ଲକ କରମଙ୍ଗି ପଞ୍ଚାୟତ ଅନ୍ତର୍ଗତ ଅଲୁଣି କରଡାବଣି ସାହି । ରାତି ପାହିଲେ ଏଠାରେ ପାଣି ପାଇଁ ସଂଗ୍ରାମ କରିବାକୁ ପଡେ। ଗାଁର ମହିଳା ମାନେ ଏକାଠି ହୋଇ ଏକ କିଲୋମିଟର ଦୂର ଦଣ୍ଡାହୁଳି ପାହାଡ ନିକଟ କାଠ ଚୂଆକୁ ପାଣି ସଂଗ୍ରହ ପାଇଁ ଯାଇଥାନ୍ତି। 

ଏହି ସାହି ପାଇଁ ଆଜିବି ସରକାରୀ ଯୋଜନା ଶାତ ସପନ।  ରାସ୍ତାଘାଟ, ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସବୁ ସମସ୍ୟା ଏହି ଗାଁରେ ରହିଛି।  ରାସ୍ତା ଅବସ୍ଥା ଏତେ ଶୋଚନୀୟ ଯେ ରାସ୍ତାରେ ବାଇକ ଯିବା ବି କଷ୍ଟକର।   ସେହିପରି ଗାଁର କୌଣସି ଘରକୁ ବିଦ୍ୟୁତ ସଂଯୋଗ ନାହିଁ। ସୋଲାର ଲାଇଟ ଭରସା ରେ ରହିଛି ସମ୍ପୂର୍ଣ୍ଣ ଗ୍ରାମ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The government showed the dream of tap water | Argus News