Videos
|
Odisha

ପଥର ପ୍ୟାକିଂ ପାଇଁ ସରକାର ଖର୍ଚ୍ଚ କଲେ ଲକ୍ଷ ଲକ୍ଷ 

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପଥର ପ୍ୟାକିଂ ପାଇଁ ସରକାର ଖର୍ଚ୍ଚ କଲେ ଲକ୍ଷ ଲକ୍ଷ 

Key Points

  • ପଥର ପ୍ୟାକିଂ ପାଇଁ ସରକାର ଖର୍ଚ୍ଚ କଲେ ଲକ୍ଷ ଲକ୍ଷ 
  • କିନ୍ତୁ ନିମ୍ନ ମାନର କାମ କରି ମାରିଲେ ଛୁ
  • ଏବେ ବିପଦରେ ଶତାଧିକ ଗ୍ରାମବାସୀ 
  • ବିଭାଗୀୟ ଅଧିକାରୀଙ୍କ ପାଟିରେ ତୁଣ୍ଡି

ଅର୍ଗସ ବ୍ୟୁରୋ:  ତଟ ସୁରକ୍ଷା ପାଇଁ ପଥର ପ୍ୟାକିଂ କରିବାକୁ ଦୀର୍ଘ ଦିନର ଦାବି ଥିଲା...ଆଉ ତା ଅନୁସାରେ କାମ ବି ସରିଲା ....କିନ୍ତୁ ଚଳୁ କରିଦେଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା...କାର୍ଯ୍ୟ ସରିବାର ତିନି ମାସ ମଧ୍ୟରେ ଦବି ଗଲା ପାଖାପାଖି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଥର ପ୍ୟାକିଂ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମଠାରେ ଏବେ କୁଳ ଖାଉଛି ସୁବର୍ଣ୍ଣରେଖା ନଦୀ...ନିମ୍ନ ମାନର କାମ ଯୋଗୁଁ ତଟ ସୁରକ୍ଷା ଚିନ୍ତାରେ ସ୍ଥାନୀୟ ବାସିନ୍ଦା... ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ଦ୍ୱରା ସ୍ଥାୟୀ ପଥର ପ୍ୟାକିଂ ନିର୍ମାଣ ପାଇଁ ୪୮ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ବନ୍ଧ କାମ କିଛି ମାସ ତଳେ ସରିଥିବା ବେଳେ ଏବେ ସବୁ ଦବି ଗଲାଣି।

ଗୋଟେ ପଟେ ନିମ୍ନ ମାନର କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରୁଥିବା ବେଳେ ମନମୁଖୀ କାର୍ଯ୍ୟରେ ଅସନ୍ତୋଷ ସ୍ଥାନୀୟ ବାସିନ୍ଦା। କିନ୍ତୁ ଅଭିଯୋଗ କଲେ କାମ ବନ୍ଦ୍ ର ଧମକ ମିଳୁଥିଲା । କୌଣସି ବି ସମୟରେ ବନ୍ୟା ଆସିଲେ ଧୋଇ ଯିବ ଆଡ଼ି ବନ୍ଧ , ବୁଡ଼ିଯିବ ଗ୍ରାମ। ସେପଟେ ଅଧିକାରୀଙ୍କୁ ବି ଜଣାନାହିଁ କାର୍ଯ୍ୟର ପରିମାଣ କେତେ, କେବେ ଠାରୁ ଆରମ୍ଭ ହୋଇଛି ଓ କେବେ ଶେଷ ହେବ। ଦାୟିତ୍ଵ ନେବା ପୁର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ। ତେବେ ଦେଖିବାକୁ ବାକି ରହିଲା କେବେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The government spent lakhs on stone packing | Argus News