3100ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣିବେ ସରକାର
ଅର୍ଗସ ବ୍ୟୁରୋ: ଧାନ କିଣାକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଡ଼ ଘୋଷଣା। ସୋହେଲାରୁ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର । 3100 ଟଙ୍କାରେ ଚାଷୀଙ୍କଠୁ ସରକାର କିଣିବେ ଧାନ । ଧାନର ଏମଏସପି ଉପରେ 800 ଟଙ୍କାର ବୋନସ ଦିଆଯିବ । 3100 ଟଙ୍କା ଏବଂ 800 ଟଙ୍କା ବୋନସ ଏକାଠି ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେବ । ଯେଉଁ ସୋହେଲାରେ ପୂର୍ବ ବିଜେଡ଼ି ସରକାର 100 ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଠକି ଦେଇଥିଲେ ସେହି ସୋହେଲାରୁ ହିଁ 3100 ଟଙ୍କାରେ ଧାନ କିଣିବେ ବିଜେପି ସରକାର ଏବଂ 800 ଟଙ୍କାର ବୋନସ ଦେବେ ।
2024 ମହାଲଢେଇରେ ବିଜେପି ଘୋଷଣା କରିଥିଲା , ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ଧାନର ଏମଏସପି 3100 ଟଙ୍କା ହେବ । ଅର୍ଥାତ 3100 ଟଙ୍କାରେ ଧାନ କିଣିବେ ସରକାର । ସେତେବେଳେ ଭି.କେ ପାଣ୍ଡିଆନ କହିଥିଲେ ଯଦି ଚାଷୀଙ୍କ ଠାରୁ ସରକାର 3100 ଟଙ୍କାରେ ଧାନ ଖିଣିବେ ତେବେ ଓଡିଶା 25ବର୍ଷ ତଳକୁ ପଳେଇବ । ଏବେ ଉପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଚାଷୀଙ୍କ ଠାରୁ 3100 ଟଙ୍କାରେ ଧାନ କିଣାଯିବ ଏବଂ 800 ଟଙ୍କାର ବୋନସ ଦିଆଯିବ ଚାଷୀଙ୍କୁ ଖୁସ କରିଦେଇଛି ।
ବିଜେପିର 3100 ଟଙ୍କା ଧାନ କିଣା ଫର୍ମୁଲା ଛତିଶଗଡ ନିର୍ବାଚନ ଉପରେ ପ୍ରଭାବ ପକାଇଥିଲା । 2024 ମହାଲଢେଇରେ ମଧ୍ୟ ଓଡିଶାରେ ବିଜେପିର ଏହି ଫର୍ମୁଲା କାମ କରିଥିଲା । ଚାଷୀମାନେ ବିଜେପି ଉପରେ ଭରସା କରିଥିଲେ ଧାନର ଏମଏସପିକୁ ନେଇ । ଏବେ ଉପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଚାଷୀଙ୍କ ମନବଳକୁ ସୁଦୃଢ କରିଛି । ବିଜେପି ଉପରେ ଯେଉଁ ଭରସା କରି ସେମାନେ ଭୋଟ ଦେଇଥିଲେ ଏବେ ସେହି ପ୍ରତିଶ୍ରୁତି ପାଳନ ହେବାକୁ ଯାଉଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...