ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର । ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୪ ହଜାର ୯୯୯ ଟଙ୍କା । ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ଟଙ୍କା ପାଇବେ ୪୦ ଲକ୍ଷ ମହିଳା । ଗତକାଲି ଯୋଗ୍ୟ ବିବେଚିତ ମହିଳାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋମବାର ସୁଦ୍ଧା ୧ କୋଟି ପାର୍ କଲାଣି ସୁଭଦ୍ରା ଯୋଜନା ଆବେଦନ ସଂଖ୍ୟା । ଆବେଦନକାରୀଙ୍କ ମଧ୍ୟରୁ ୩୨ ଲକ୍ଷ ହିତାଧିକାରୀଙ୍କର NPCI କ୍ଲିୟରାନ୍ସ ମିଳିସାରିଛି ।
ଯେତିକି ସଂଖ୍ୟାରେ ମହିଳାଙ୍କର NPCI କ୍ଲିୟରାନ୍ସ ମିଳିବ ସେମାନଙ୍କୁ ଆସନ୍ତାକାଲି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । NPCI କ୍ଲିୟରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନପତ୍ର ପୁନଃ ଯାଞ୍ଚ କରାଯିବ । ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରୁଛନ୍ତି ମୋହନ ମାଝୀ । ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବା ପାଇଁ ବାରିପଦାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ସମେତ ବିଶେଷ କରି ମହିଳାଙ୍କ ଭିତରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: