ମନ୍ତ୍ରୀ ସଚିବଙ୍କ ଉପସ୍ଥିତିରେ ଜଳସେଚନର ବାସ୍ତବତା କହିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ଚାଷୀଙ୍କୁ ନେଇ ରାଜ୍ୟପାଳଙ୍କ ଚିନ୍ତା। ମନ୍ତ୍ରୀ ସଚିବଙ୍କ ଉପସ୍ଥିତିରେ ଜଳସେଚନର ବାସ୍ତବତା କହିଲେ ମହାମହିମ। କୁଆଡ଼େ ଗଲା ସରକାରଙ୍କ ସବୁ ବ୍ଲକକୁ 35 ପ୍ରତିଶତ ଜଳସେଚନର ପ୍ରଚାର। ବଡ଼ ବଡ଼ ପ୍ରତିଶ୍ରୁତି ଛାଡ଼ି ଛୋଟ ଚେକ୍ ଡ୍ୟାମ୍ କରିବାକୁ ପିପୁଲ୍ସ ଗଭର୍ଣ୍ଣରଙ୍କ ପରାମର୍ଶ। ପିଏମ କିଷାନରୁ ଓଡ଼ିଶା ଚାଷୀ ବଂଚିତ ହେବା ନେଇ ପ୍ରକାଶ କଲେ ଉଦବେଗ।
ଜଳସେଚନକୁ ନେଇ ସରକାରଙ୍କ ପ୍ରଚାର ଓ ବାସ୍ତବତା ସତ ବଖାଣିଥିଲେ ରାଜ୍ୟପାଳ.. ପରାମର୍ଶ ଦେଇଥିଲେ ବଡ ପ୍ରକଳ୍ପ ଛାଡି ଛୋଟ ଚେକ ଡ୍ୟାମ କଲେ ଚାଷୀଙ୍କ ଜମିକୁ ପାଣି ମାଡିବ
ପିପୁଲସ ଗର୍ଭନର ଭାବେ ଏବେ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ.. ଅନେକ ସ୍ଥାନରେ ଚାଷୀ ନିଜ ସମସ୍ୟା କଥା କହିବା ବେଳେ ଜଳସେଚନର ଅସୁବିଧା ବି କହୁଛନ୍ତି.. ଏହା ସହ କେନ୍ଦ୍ରର ପିଏମ କିଷାମ ଯୋଜନାର ଲାଭ ଚାଷୀଙ୍କ ପାଖରେ ପହଁଞ୍ଚୁ ନଥିବା ବି ବ୍ୟଥିତ କରିଛି ରାଜ୍ୟପାଳଙ୍କୁ.. ସେଇଥିପାଇଁ ଜଳସେଚନ ସହ ପିଏମକିଷାନରେ ଓଡିଶା ଚାଷୀଙ୍କୁ ଅଧିକ ଅଧିକ ଫାଇଦା କେମିତି ମିଳବ ସେ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମହାମହିମ। ରାଜ୍ୟରେ ଦିଗ ହରା ହୋଇଛି ଜଳସେଚନ ପ୍ରକଳ୍ପ.. କେଉଁଠି ପ୍ରକଳ୍ପ ଅଚଳ ତ କେଉଁଠି ବର୍ଷ ବର୍ଷ ଧରି କାମ ସରୁନି।
ପୁରୀ ଜିଲ୍ଲାର କଣାସ,ଡେଲାଙ୍ଗ,ସତ୍ୟବାଦୀ,ସଦର ବ୍ରହ୍ମଗିରି ବ୍ଲକର ଚାଷୀଙ୍କ ପାଇଁ କାଳ ହୋଇଛି ପାଣି ଅଭାବ... ଦେଖନ୍ତୁ ତଳି ପଡିଥିବା କ୍ଷେତକୁ.. ପାଣି ଅଭାବରୁ ଜମି ଫାଟି ଆଁ କଲାଣି.. ଯେଉଁଠି ବି ଉଠା ଜଳସେଚନ ପଏଣ୍ଟ ଅଛି, ସେ ସବୁ ଅଚଳ.. ସେପଟେ ଶୁଖିଲା ପଡିଛି ଲୁଣା ନଦୀ.. ଡାଳୁଅ ଚାଷକୁ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ଚାଷୀ
ଅନୁଗୁଳ ପାଳଲହଡ଼ା କଖାରୁଆ ନଦୀରେ ବସାଯାଇଛି ଉଠା ଜଳସେଚନ ପ୍ରକଳ୍ପ ବି ଦେଖନ୍ତୁ । ମୋଟର ଲାଗିଛି, ପାଇପ୍ ଖଞ୍ଜା ହୋଇଛି, ବିଦ୍ୟୁତ୍ ସଂଯୋଗ ବି କରାଯାଇଛି। କିନ୍ତୁ ଦିନେ ହେଲେ ବି ପାଣି ଚଲାଯାଇନାହିଁ । 2021-22 ମସିହାରେ 20 ଲକ୍ଷ ଟଙ୍କା ରେ ନିର୍ମିତି ଏହି ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନି। କେବଳ ଏହି ବ୍ରହ୍ମଗିରି କି ପାଲଲହଡା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନର ଚାଷୀ ଓ ଚାଷୀ ନେତା ରାଜ୍ୟପାଳଙ୍କ କଥାକୁ ସମର୍ଥନ କରିଛନ୍ତି। 2005-06ରେ ବିଜେଡି ସରକାର ଘୋଷଣା କରିଥିଲେ 5 ବର୍ଷ ଭିତରେ ସବୁ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ ସୁବିଧା କରିବେ। ହେଲେ ଘୋଷଣାର 18 ବର୍ଷ ପରେ 49ଟି ବ୍ଲକରେ ହୋଇପାରିନି 35 ପ୍ରତିଶତ ଜଳସେଚନ ସୁବିଧା। 19 ଟିି ପ୍ରକଳ୍ପ ବର୍ଷ ବର୍ଷ ଧରି ଚାଲୁଛି ସରୁନି.. ଏଥିରୁ ଅଙ୍ଗ ସଂପ୍ରାସାରଣ ପରି କିଛି ପ୍ରକଳ୍ପ 50ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନି।
ବିଧାନସଭାରେ ଜଳସଂପଦ ମନ୍ତ୍ରୀ କହିଛନ୍ତି ରାଜ୍ୟର 76 ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି.. ତେବେ ଜିଲ୍ଲାୱାରୀ ତଥ୍ୟ ଦେଖିଲେ ମନ୍ତ୍ରୀଙ୍କ ଉତ୍ତରରେ ତିଳେମାତ୍ର ସତ୍ୟତା ନ ଥିବା ବୁଝାପଡୁଛି.. କାରଣ 30 ଜିଲ୍ଲାରୁ 5 ଜିଲ୍ଲାରେ ଯେତିକି ଜମି ତା ଠାରୁ ଅଧିକ ଜମିକୁ ଜଳସେଚନ ସୁବିଧା ସରକାର କରିଛନ୍ତି ବୋଲି ଏଥିରେ ଉଲ୍ଲେଖ ଅଛି.. ଏ 5 ଜିଲ୍ଲା ହେଲା ବୌଦ୍ଧ. କଟକ ଯାଜପରୁ, ସୋନପୁର, କେନ୍ଦାପଡା.. ଏ ତଥ୍ୟ ହିଁ ବୟାନ କରୁଛି କେତେ ଖାମଖିଆଲ ଆମ ସରକାର।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର