Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ପ୍ରହସନ ପାଲଟିଛି ସରକାରୀ ବସୁଧା ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ପ୍ରହସନ ପାଲଟିଛି ସରକାରୀ ବସୁଧା ଯୋଜନା

ଅର୍ଗସ ବ୍ୟୁରୋ:  ବୌଦ୍ଧ ଜିଲ୍ଲାକଣ୍ଟାମାଲ ବ୍ଲକ ବରଗାଁ ଗ୍ରାମପଂଚାୟତର ସୌରୀବେଙ୍ଗଏସର ଆମ୍ବପଡା । 10ବର୍ଷରୁ ଉର୍ଦ୍ଧ ସମୟ ହେବ ଏଠାରେ 15ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି I ଗାଁରେ ଅନେକ ସମସ୍ୟା ରହିଛି କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି I ଗାଁରେ ଏକ ନଳକୂପ ଅଛି କିନ୍ତୁ ସେଥିରୁ ଦୂଷିତ ପାଣି ବାହାରୁଛି I ଲୁହା ଗୁଣ୍ଡ ସହ ପାଣି କିଛି ସମୟ ପରେ ତେଲିଆ ହୋଇ ଲାଲ ହୋଇଯାଉଥିବା ଅଭିଯୋଗ ହୋଇଛି । ଏହି ପାଣି ପିଇବା ଦ୍ଵାରା ଗାଁର ବୟସ୍କଠୁ ଆରମ୍ଭ କରି ଶିଶୁ ସମସ୍ତଙ୍କ ଦାନ୍ତ ଲାଲ ହେଉଥିବା କହିଛନ୍ତି ଗ୍ରାମବାସୀI

ପୂର୍ବ ବିଜେଡି ସରକାର ଥିବା ସମୟରେ ଆରମ୍ଭ ହୋଇଥିବା ବସୁଧା ଯୋଜନାରେ ଏପର୍ଯ୍ୟନ୍ତ ଗାଁରେ ପାଇପ ମଧ୍ୟ ବିଛା ଯାଇନାହଁ I ଆଜିଯାଏଁ ଉପାନ୍ତବାସୀ ଜାଣି ନାହାନ୍ତି ବସୁଧା ଯୋଜନା କଣ I ସତେ ଯେମିତି ଉପାନ୍ତ ରେ କାନ୍ଥ ରେ ସୀମିତ ହୋଇଛି ଯୋଜନା I ପାଣି ପାଇଁ ବ୍ଲକଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କଲା ପରେବି ପାଣି ସମସ୍ୟାର ସମାଧାନ ହେଉନି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Govt Basudha Yojana has become a farce in Durgam | Argus News