Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IAS ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
IAS ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର

ଅର୍ଗସ ବ୍ୟୁରୋ:  IAS ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର । ଡ. ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ନିର୍ଦ୍ଦେଶକ ଦାୟିତ୍ଵ ମିଳିଥିବା ବେଳେ, ଆଶିଷ ଠାକରେଙ୍କୁ ରାଜସ୍ଵ ବୋର୍ଡ ସଚିବ ଦାୟିତ୍ଵ ମିଳିଛି । ସେହିପରୀ ନିଖିଲ ପୱନ କଲ୍ୟାଣ ଯାଜପୁର ଜିଲ୍ଲାପାଳ, ଦିଲୀପ ରାଉତରାୟ ଭଦ୍ରକ ଜିଲ୍ଲାପାଳ, ପୂର୍ବରୁ ସିଏମସି କମିଶନର ଦାୟିତ୍ଵରେ ଥିବା ବିଜୟ କୁମାର ଦାଶ ଗଜପତି ଜିଲ୍ଲାପାଳ ଦାୟିତ୍ଵ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ହେଲେ ସ୍ମୃତିରଞ୍ଜନ ପ୍ରଧାନ, ଜଗତସିଂହପୁରର ନୂଆ ଜିଲ୍ଲାପାଳ ହେଲେ ଜେ. ସୋନାଲ, ପାରୁଲ ପତେୱାରୀ ହେଲେ ରାୟଗଡ଼ା ଜିଲ୍ଲାପାଳ, ପାୱାର ସଚିନ ପ୍ରକାଶ ହେଲେ କଳାହାଣ୍ଡି ଜିଲ୍ଲାପାଳ । ଏହା ସହ ଢେଙ୍କାନାଳ ଜିଲ୍ଲାପାଳ ଅମୃତ ଋତୁରାଜ ହେଲେ କନ୍ଧମାଳ ଜିଲ୍ଲାପାଳ ।

ଭଦ୍ରକ ଜିଲ୍ଲାପାଳ ସିଦ୍ଦେଶ୍ବର ବଳିରାମ ବନ୍ଦରଙ୍କୁ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ବ ମିଳିଛି । ମୟୂରଭଞ୍ଜଜ ଜିଲ୍ଲାପାଳ ଦାୟିତ୍ବରେ ଥିବା ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ବ ମିଳିଛି ।  ସେହିପରୀ ନିଖିଲ୍ ପୱନ୍ କଲ୍ୟାଣ ହେଲେ SCWD ନିର୍ଦ୍ଦେଶକ, କମଲ ଲୋଚନ ମିଶ୍ର ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ହେଲେ ସ୍ବଧା ଦେବ ସିଂ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Govt has done a lot of transfers at the IAS level | Argus News